Breaking News

ଅସହାୟ, ଦଳିତ ସମ୍ପଦାୟର ପରିବାରଙ୍କୁ ଶୁଖିଲା ଖାଦ୍ୟ ସମାଗ୍ରୀ ବଣ୍ଟନ

 =


ସାକ୍ଷୀଗୋପାଳ ----ରାଜ୍ୟରେ କରୋନା ଯୋଗୁ ସବୁଆଡେ ଲକଡାଉନ ଓ ସଟଡାଉନ ଜାରି ରହିଛି । ଲୋକମାନେ ନାହିଁ ନଥିବା ଅସୁବିଧାରେ କାଳିତପାତ କରୁଛନ୍ତି । ଏହାକୁ ନଜର କରି ଭୁବନେଶ୍ୱର ସ୍ଥିତ ଗୁଞ୍ଜ ସ୍ୱୋଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱୋଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ସହ କଳା ଓ କଥା ଅନୁଷ୍ଠାନର ସହଯୋଗରେ ୧ଶହ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶିଶର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶେଷ କରି ଦଳିତ, ଅସହାୟ ଓ କତା ପାରୁ କାମ କରୁଥିବା ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଚାଉଳ-୧୦ କେଜି, ଚୁଡା୫ କେଜି, ହରଡଡାଲି ୨କେ,ଜି, ଚିନି- ୧କେଜି, ତେଲ ୧ ଲିଟର ଓ ଲୁଣ ୧କେ,ଜି ରହିଛି ବୋଲି ସ୍ୱାଦ ଅନୁଷ୍ଠାନର କର୍ମଚାରୀ ପ୍ରଭାତି ମିଶ୍ରଙ୍କ  ଠାରୁ ସୁଚନା ମିଳିଛି ।  ଶ୍ରୀକୃଷ୍ଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, =୨୫/୬/୨୦୨୧---୯,୩୦  Sakhigopal News, 25/6/2021

Blog Archive

Popular Posts