ବାଟାଗୁଡା ରେ ଜଣେ ନାବାଳିକା ବିବାହ ରୋକିବା ପ୍ରଶାସନ
ବାଲିଗୁଡ଼ା-----ବାଲିଗୁଡ଼ା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଅନୀତା ଦାସ ଙ୍କ ନେତୃତ୍ବରେ ସୁପରଭାଇଜର ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକ ଓ ବାଲିଗୁଡା ଥାନା କର୍ମଚାରୀଙ୍କ ସହଯୋଗରେ ବାଲିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ବାଟାଗୁଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ନାବାଳିକାର ବିବାହ ବନ୍ଦ କରାଯଇଛି । ସୁଚନା ଅନୁସାରେ ନାବାଳିକାର ବିବାହ ଫିରିଙ୍ଗିଆ ଥାନା ଅଞ୍ଚଳରେ ହେବାର ଥିଲା । ଦିନବେଳା ଗ୍ରାମବାସୀ ଓ ବନ୍ଧୁବାନ୍ଧବ ଭୋଜିଖାଇସାରିଥିଲେ । ଏବଂ ସଂଧ୍ୟା ସମୟରେ ଝୀଅ ବିଦା ହେବାର ଥିଲା । ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ବିବାହକୁ ବେଆଇନ ଘୋଷଣା କରିଥିଲେ । ଏବଂ ନାବାଳିକା ଓ ତାର ପିତାମାତାଙ୍କୁ କାଉନସେଲିଂ ଓ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରଥଲେ। ଏହାପରେ ନାବାଳିକାର ପିତାମାତା ସହମତି ହୋଇଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାପରେ ସିଡିପିଓ ଙ୍କ ତରଫରୁ ବାଲିଗୁଡା ଥାନାରେ ଡାଏରୀ କରାଯାଇଥିଲା ଏବଂ ଭର୍ଚ୍ଚୁଆଲରେ ଶିଶୁମଙ୍ଗଳ କମିଟିରେ ହାଜର କରାଯଇ ପରିବାରକୁ ପଠାଯାଇଥିଲା। ବାଲିଗୁଡ଼ା ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୨୮/୬/୨୦୨୧ ,
Sakhigopal News,28/6/2021