Breaking News

କଂଗ୍ରେସ କମିଟି ତରଫରୁ ଅଗ୍ନିବିପନ୍ନ ପରିବାର ଙ୍କୁ ସହାୟତା


ଭଞ୍ଜନଗର------  ନରେନ୍ଦ୍ରପୁର ଗ୍ରାମରେ ଘଟିଥିବା ଅଗ୍ନି ବିପନ୍ନ ପରିବାର ଙ୍କୁ ସହାୟତାର ହାତ ବଢାଇଲା ପ୍ରଦେଶ କଗ୍ରେଂସ । ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଶୋୟୀ ଙ୍କ ତତ୍ୱାବଧାନ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ର ନରେନ୍ଦ୍ରପୁର ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା 3ପରିବାରକୁ ଶୁଖିଲା ଖାଦ୍ୟ ସହାୟତା କରିବା ସହ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏବଂ ଯଥା ସମ୍ଭବ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି ।   ଏଥିସହ କରୋନା ସଚେତନତା ସହ ମାସ୍କ ସାନିଟାଇଜ଼ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ର ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ଜବାହାରଲାଲ ସାହୁ. ମଣ୍ଟୁ ପ୍ରଧାନ, ବାଲ୍ୟ ବେହେରା, ଚନ୍ଦନ,ସୌମରଞ୍ଜନ, କାହ୍ନ. ରୋମୀୟ ଏବଂ ଅନ୍ୟାନ କର୍ମୀମାନେ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୭/୬/୨୦୨୧----୯,୧୫। 
 Sakhigopal News, 17/6/2021

Blog Archive

Popular Posts