ଦଶଟି ଷଣ୍ଢ ଚାଲାଣ ବେଳେ ପୋଲିସ ଦ୍ୱାରା ଉଦ୍ଦାର ; ଗୋ ଶାଳାରେ ଛଡାଗଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ, ଡେଲାଙ୍ଗରେ ବେଆଇନ ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ସାକ୍ଷୀଗୋପାଳରେ ଥିବା ଗୋଶାଳା ଓ ଗୋ ପ୍ରେମୀ ମାନେ ମିଳିତ ଭାବେ ଏହା ବିରୋଧରେ ସ୍ୱର ଉଠାଇବା ସହ ପୁରୀ ପ୍ର।।ସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିବା ନଜର ରହିଛି । ମାତ୍ର କୌଣସି ସୁଫଳ ମିଳିନାହିଁ । ଏପରିକି ଯୁବକ ବା ଗ୍ରାମବାସୀ ମାନେ ଧରି ଥାନାରେ ଗୋ ଚୋରା ବେପାରୀଙ୍କୁ ଦେଲେ ସେମାନଙ୍କୁ ଅତି ଚତୁର ସହକାରେ ଖସାଇ ଦିଆଯାଉଛି ବୋଲି ଅଭିଯୋଗ ମାନ ହେଉଛି । ବିଶେଷ କରି ସତ୍ୟବାଦୀରୁ ଏକ ବେଆଇନ ଗୋ ବେପାରୀ ଦଳ ସକ୍ରିୟ ହୋଇ ପଡିଛନ୍ତି । ସେମାନଙ୍କର ଏବେ ନଜର ବୁଲା ଷଣ୍ଢଙ୍କୁ ଉପରେ । ସୁଚନା ଯୋଗ୍ୟ ଯେ ଏକ ଟାଟା ଏସି ଗାଡିନଂ ଓଡି, ୧୩- ୧୮୭୭ ରେ ଦଶଟି ଷଣ୍ଢକୁ ଅମାନୁଷିକ ଭାବେ ନିଆଯାଉଥିବା ବେଳେ ଡେଲାଙ୍ଗ ପୋଲିସ ପଟ୍ଟନାୟକିଆ-- ଡେଲାଙ୍ଗ ରାସ୍ତାରେ ଜବତ କରିଛି । ଉକ୍ତ ଷଣ୍ଢ ଗୁଡିକକୁ ସାକ୍ଷୀଗୋପାଳ ପଟ୍ଟନାୟିକିଆ ସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦଜିଉ ଗୋଶାଳାରେ ପୋଲିସଙ୍କ ଉପସ୍ଥିତିରେ ଛଡାଯାଇଛି । ଏହାକୁ ନେଇ ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ କହନ୍ତି ପ୍ରଶାସନିକ ନିଷ୍କୟିତତା ଯୋଗୁ ଜିଲ୍ଲାରେ ବେଆଇନ ଗୋରୁ ବେପାରୀ ସକ୍ରିୟ ହୋଇ ଉଠିଛନ୍ତି । ଏହାକୁ ରୋକିବା ପାଇଁ ଗୋ ପ୍ରେମୀ ମାନେ ପୂର୍ବତନ ପୁରୀ ଜିଲ୍ଲାପାଳ ଓ ପୁରୀ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ , ଏସପି ନଜର ଦେବାକୁ ଗୋ ପ୍ରେମୀ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧--୪,୩୦. Sakhigopal News, 27/6/2021