ରାସ୍ତା କରରେ ଥିବା ଚା ଓ ଜଳଖିଆ ଦେକାନ ଉପରେ ଚଡିଗଲା ଗାଡି
ସାକ୍ଷୀଗୋପାଳ-----ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟ ଏକ ଚା ଓ ଜଳଖିଆ ଦେକାନ ଉପରେ ଅକ୍ସିଜେନ ଲୋଡ ଡାଲା ଅଟୋ ଗାଡି ଚଡିଯାଇଥିଲା । ମାତ୍ର ଦେକାନରେ ଗରାଖ ନଥିଲେ । ସୁଚନାଯୋଗ୍ୟ ଯେ ଭୁବନେଶ୍ୱରରୁ ଏକ ଅଟୋରେ ଅକ୍ସିଜେନ ସିଲଣ୍ଡର ଧରି ପୁରୀ ଆସୁଥିଲା । ଗାଡି ଚାଳକର ଆଖି ପଡିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି । ମାତ୍ର କାହାରି କିଛି କ୍ଷତି ହୋଇନଥିଲା ବେଳେ ଗାଡି ଚାଳକ ସାମନ୍ୟ ଆହତ ହୋଇଥିଲେ । ଦେକାନଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପିସିଆର ଭ୍ୟାନ ସଙ୍ଗେ ସଙ୍ଗେ ଗାଡି ଚାଳକଙ୍କୁ ମେଡିକାଲକୁ ଆଣିଥିବା ବେଳେ ସତ୍ୟବାଦୀ ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧---୭,୫୫ ,
Sakhigopal News, 27/6/2021