Breaking News

ସତ୍ୟବାଦୀରେ ବିନା ଭକ୍ତରେ ଦେବ ସ୍ନାନ ଯାତ୍ରା ଶେଷ

 


ସାକ୍ଷୀଗୋପାଳ ------ସତ୍ୟବାଦୀରେ  ଜଗନ୍ନାଥ ଓ ପତିତପାବନ ମନ୍ଦିରରେ  କୋଭିଡ ଗାଇଡିଲାଇନି ଅନୁଯାୟୀ ସେବାୟତ ମାନେ ବିନା ଭକ୍ତରେ ଠାକୁରଙ୍କ କେବଳ ଦେବସ୍ନାନ ପୂର୍ଣ୍ଣିମା ନୀତି କାନ୍ତି କରିଛନ୍ତି । ଜଗନ୍ନାଥଙ୍କ ଅଜା ଭାବେ ଜଣାଶୁଣା   ସିଦ୍ଧବଳରାମ  ଠାକୁରଙ୍କ ଗୁରୁବାର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯିବା ପରେ ସ୍ନାନ ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା ।  ସେବାୟତ ବ୍ରଜରାଜ ପଣ୍ଡା, ଦେବରାଜ ପଣ୍ଡା ଠାକୁରଙ୍କୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ସେବାୟତ ମାନେ  ସୁଗନ୍ଦିତ ଜଳରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ  ତୁଳସୀ ‘ଫୁଲମାଳ ଓ ଟାହିଆ  ଲାଗି କରାଯାଇଥିଲା । ସ୍ନାନ ମଣ୍ଡପରେ ଠାକୁର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟାରେ ଆଳତୀ, ଧୂପ କରାଯିବା ପରେ  ବାଳଭୋଗ କରାଯାଇ ରାତିରେ ସେବାୟତ ମାନେ ଗୋଟି ପହଣ୍ଡି କରି ଅଣସର ଘରକୁ ବିଜେ କରାଇଥିଲେ ।  ସେହିପରି  ଅଠେଇଶ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ଦ୍ୱାର ‘ିଟା, ଅବକାଶ, ମଇଲମ, ତଡପ ପରେ =ଆଳତୀ କରାଯାଇଥିଲା । ସେବାୟତ ଭାଷ୍କର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଦିବାକର ପଣ୍ଡା, ପ୍ରଭାକର ପଣ୍ଡା, ସୁଧାକର ପଣ୍ଡା, ବାନାମ୍ବର ପଣ୍ଡା, ପ୍ରମୋଦ ପଣ୍ଡା ସୁବାସିତ ଜଳରେ ଠାକୁରଙ୍କୁ ୧୦୮ଗଡୁରେ ସ୍ନାନ କରାଇଥିଲେ । ସ୍ନାନ ପରେ ଠାକୁରଙ୍କୁ ନୂତନ ବସ୍ତ୍ର ଲାଗି, ‘ୁଲ, ତୁଳସି ଧୁପ, ଦୀପ  ନୈବେଦ୍ୟ ଅର୍ପଣ  କରାଯାଇଥିଲା । ମଧ୍ୟାହ୍ନରେ ଅନ୍ନଭୋଗ କରାଯାଇଥିଲା ।ସଂଧ୍ୟାରେ ଆଳତୀ, ପରେ ଭୋଗ ହେବା ପରେ ପଟ୍ଟଦିଅଁ ପ୍ରତିଷ୍ଠା କରାଯିବା ପରେ ଅଣସର ଭୋଗ ଓ ପଣା ଲାଗି ଠାକୁରଙ୍କୁ କରାଯାଇଥିଲା । ଅନୁରୂପ ଭାବେ ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ  ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇ‘ଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ ଗଡୁ ଜଳରେ ସ୍ନାନ କରାଯାଇଥିଲା  । ଏହାପରେ ବେଶ କରାଯାଇ ଯାତଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିଲା ।  ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ପତିତପାବନ ପୀଠରେ ମ୍ମ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୬/୨୦୨୧--- 8,50  Sakhigopal News, 24/6/2021

Blog Archive

Popular Posts