ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରାଚାଳଣ ଓ ସେବନ ନିଷେଧ ଦିବସ ପାଳିତ
ଭଞ୍ଜନଗର-କୋରାନା ନିୟମକୁ ପାଳନ କରି ଭଞ୍ଜନଗର ଅବକାରୀ କାର୍ଯ୍ୟଳୟ ତରଫରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରାଚଲାଣ ଓ ସେବନ ନିଷେଧ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ପାର୍ଥସାରଥୀ ରାଉତଙ୍କ ନିନ୍ଦେର୍ଶ କ୍ରମେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଅବକାରୀ ଥାନା ଅଧିକାରୀ ଶ୍ରୀ ରାଉତ ନିଶାଦ୍ରବ୍ୟ ଚୋରାଚାଲାଣ ଓ ସେବନ ନିଷେଧ ଉପରେ ଯୁବପିଡିମାନକୁ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମ ସନାତନ ନାହାକ,ଜଗନ୍ନାଥ ମହାପାତ୍ର,ସୁବଳ ପ୍ରଧାନ ଓ କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୨୭/୬/୨୦୨୧--୧୨,୩୦
Sakhigopal News, 27/6/2021