ଆମେ ଅଛୁ’ ଓ ‘ହେଲପିଙ୍ଗ ହେଣ୍ଡ’ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନ
ଭଞ୍ଜନଗର - ଜବାହର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ବଡ଼କୋଦଣ୍ଡା ଠାରେ ଦୀର୍ଘ ୩୪ଦିନ ଧରି ଚାଲିଥିବା ଗରୀବ, ଅସହାୟ, ଅନାଥ, କୁଷ୍ଠାଶ୍ରମ ଅନ୍ତେବାସୀମାନଙ୍କୁ ମାଗଣା ରନ୍ଧାଖାଦ୍ୟ ପ୍ରଦାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ‘ଆମେ ଅଛୁ’ କାର୍ଯ୍ୟକ୍ରମ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପରାମର୍ଶ କ୍ରମେ ‘ହେଲପିଙ୍ଗ ହେଣ୍ଡ’ ଓ ସମାଜସେବୀ ଶୂଳପାଣୀ ଶତପଥୀ, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀ, ଜଗବନ୍ଧୁ ଜେନାଙ୍କ ପରିଚାଳନା, ଶୃଙ୍ଖଳିତ ବଣ୍ଟନ ପାଇଁ ପ୍ରଶଂସା କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼ଃ ନିଶାକର ପାଢ଼ୀ ଓ ପଦ୍ମଶ୍ରୀ ରାଧାମୋହନଙ୍କ ଅମର ଆତ୍ମାର ସଦ୍ଗତି କାମନା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ନେତା ଜଗବନ୍ଧୁ ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କେକହିବା ପରେ କୋରାନା ମହାମାରୀରେ ଲକ୍ ଓ ସଟ୍ ଡ଼ାଉନ ସମୟେ ଲୋକଙ୍କୁ ରନ୍ଧାଖାଦ୍ୟ ସହ ଆବଶ୍ୟକୀୟ ଦୈନନ୍ଦିନ ସାମାନ ପହଂଚାଇ ସେବା ଦେଇଥିବା ‘ଆମେ ଅଛୁ’ ପରିଚାଳନା ସଦସ୍ୟ, ହେଲପିଙ୍ଗହେଣ୍ଡ, ସାମ୍ବାଦିକ ବନ୍ଧୁମାନଙ୍କୁ ରୋଟାରୀ କ୍ଲବ ଭଞ୍ଜନଗର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ସମସ୍ତ କାର୍ଯ୍ୟକ୍ରମର ଶୃଙ୍ଖଳିତ ପରିଚାଳନା ଓ ରୋଷେଇରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି, ସାଇଗୁରୁକୁଳର ପ୍ରତିଷ୍ଘାତା କୁମାର ଶତପଥୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ତିମ ଦିବସରେ ରନ୍ଧାଖାଦ୍ୟ ରୋଟାରୀକ୍ଲବ ଭଞ୍ଜନଗର ତରଫରୁ କୃଷ୍ଠାଶ୍ରମ ଅନ୍ତେବାସୀମାନଙ୍କୁ ପ୍ରଦାନ କରାଯାଇଥିଲା ।୍୍ ସଭାପତି ପଞ୍ଚାନନ ମିଶ୍ର, ପୂର୍ବତନ ସଭାପ ପ୍ରସାଦ ପାଳ, ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ତାରିଣୀ ଯୋଗଦେଇଥିଲେ ।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନ,17/6/2021,11,00
Sakhigopal News,17/6/2021