Breaking News

କୂଅ ରେ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ


କୋଦଳା -ବେଗୁନିଆପଡା ସୁମଣ୍ଡଳ ଗ୍ରାମର ଜଣେ ଯୁବକ କୂଅ ରେ ପଡି ମୃତ୍ୟୁ ବରଣ କରିଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି  । ପ୍ରାପ୍ତ ସୂଚନା ଅନୁଯାଇ ପ୍ରତିଦିନ ଭଳି ବୁଧବାର ସକାଳ 6ଘଣ୍ଟ ସମୟ ରେ ନୀଳାଞ୍ଚଳ ପ୍ରଧାନ (35)କେନାଲ କୂଅ ମଧ୍ୟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟ ରେ ହଠାତ ଗୋଡ଼ ଖସିଯିବାରୁ ସେ କେନାଲ କୂଅ ମଧ୍ୟ କୁ ଖସିପଡ଼ିଥିଲେ । ସେହିଠାରେ ହିଁ ନୀଳାଞ୍ଚଳ ର ମୃତ୍ୟୁ ହୋଇଥିବା ନେଇ ଏକ ଲିଖିତ ଏତଲା ବେଗୁନିଆପଡା ଫାଣ୍ଡି ରେ ପରିବାର ଲୋକେ ଦେଇଥିଲେ । ଏତଲା ପାଇବାକ୍ଷଣି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ 6/21 ରେ ଏକ ଅପମୃତ୍ୟୁ ମାମଲା ଦାୟର କରିଥିବା ଜଣାପଡ଼ିଛି । ଉକ୍ତ ପରିବାର କୁ ସରକାରୀ ସହଯୋଗ ଯୋଗାଈଦେବାକୁ ଗ୍ରାମବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି  । 
ଗଞ୍ଜାମରୁ ଅଶେଷ କୁମାର ପାତ୍ର ଙ୍କ ରିପୋର୍ଟ ,୧୦/୬/୨୦୨୧ ---୫,୦୦
 Sakhigopal News,10/62021

Blog Archive

Popular Posts