ଗୋ ପୂଜନ ଓ ବୃକ୍ଷ ରୋପଣ ଅନୁଷ୍ଠିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରେ ଗୋ ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ମାହେଶ୍ୱର ସଭାର ସଦସ୍ୟ ମାନେ ଗୋଶାଳାରେ ପହଞ୍ଚି ଶନିବାର ପବିତ୍ର ନବମୀ ଅବସରରେ ଏକ ଯୋଗ ଶିବିର କରିବା ସହ ଗୋଶାଳାରେ ଥିବା ଗୋ ମାତାଙ୍କୁ ପୂଜା କରିଥିଲେ । ପରେ ସଦସ୍ୟ ମାନଙ୍କ ଦ୍ୱାରା ଗୋଶାଳା ପରିସରରେ ବେଲ, ନିମ୍ବ, ଓସ୍ତ, ବର, ବଉଳ ଆଦି ଚାରା ରୋପଣ କରିଥିଲେ । ଗୋଶାଳର ସଭାପତି ମହେଶ୍ୱର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୧----୮,୩୦