ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିଶ୍ରୁତି ପରେ ଚାଷୀ ମାନେ ଆମରଣ ଅନଶନରୁ ହଟିଥିଲେ
ଭେଡେନ--- ବରଗଡ ଜିଲ୍ଲା ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ର କିଣାବିକା ଓ ଟୋକନ ଅବ୍ୟବସ୍ଥା ପାଇଁ ଚାଷୀ ମାନେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଧାନ ରଖି ଆମରଣ ଅନଶନ ଓ ଗଣଧାରଣା ଦେଇଥିଲେ । ଧାରଣା ର ଚତୁର୍ଥ ଦିନରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଶ୍ରମମନ୍ତ୍ରୀ ଶୁସାନ୍ତ ସିଂ ଅନଶନ ଓ ଗଣଧାରଣା ସ୍ଥଳ କୁ ଆସି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ସହିତ ଆଲୋଚନା କରି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଲା ପରେ ଅନଶନ ଓ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ମନ୍ତ୍ରୀ ଅନଶନରତ ଚାଷୀ ମାନଙ୍କୁ ଫଳ ରସ ପିଆଇ ଅନଶନ ଭଂଗ କରାଇଥିଲେ। ଚାଷୀମାନେ କହିଛନ୍ତି ଯଦି ଧାନ ବିକ୍ରି ନ ହେଲେ ପୁଣି ଆନ୍ଦୋଳନ ହେବ। ଏହା ସହିତ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ୍ସ ମିଡିଆ ବନ୍ଧୁ ମାନେ ପ୍ରଚାର ଓ ପ୍ରସାର ଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ଚାଷୀ ସଂଗଠନ, ଯୁବାମଞ୍ଚ ବରପାଲି, କୋଶଳ ସେନା ସମର୍ଥନ ଜାଣଇ ଥିବାରୁ ଆମ ବରପାଲି କୃଷକ ମଞ୍ଚ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୩୦/୬/୨୦୨୧--୧୨,୦୦----
Sakhigopal News,30/6/2021