ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କୁ ବନ୍ୟପ୍ରାଣୀ ତତ୍ତ୍ଧବଧାରକ ନିଯୁ୍କ୍ତି
ଭଞ୍ଜନଗର-ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତତରଫରୁ ୩୦ଟି ଜିଲ୍ଲାରୁ ୪୧ଜଣକୁ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ନିଯୁ୍କ୍ତି କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨ ଜଣକୁ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଆଗାମୀ ୨ ବର୍ଷ ପାଇଁ ନିଯୁ୍କ୍ତି କରାଯାଇଛି ।ସେମାନେ ହେଲେ ଭଞ୍ଜନଗରରୁ ଶୂଳପାଣି ଶତପଥୀ ଓ ଗଞ୍ଜାମରୁ ରବିନ୍ଦ୍ର ନାଥ ସାହୁ । ଖବର ନେବାରେ ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବନ ବିଭାଗକୁ ପରାମର୍ଶ ଦେବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ବିଭାଗକୁ ସହାୟତା କରିବେ ବୋଲି ନିଯୁ୍କ୍ତି ପାଇ ଥିବା ଶୂଳପାଣି ଶତପଥୀ କହିଛନ୍ତି ।ବନ୍ୟପ୍ରାଣୀ ତତ୍ତ୍ବାବଧାରକରେ ନିଯୁ୍କ୍ତି ପାଇ ଥିବାରୁ ଶ୍ରୀ ଶତପଥୀ ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟପାର ମନ୍ତ୍ରୀବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ଶୂଳପାଣି ଶତପଥୀ ସାକ୍ଷରତା କାର୍ଯ୍ୟକ୍ରମ ସମୟରେ ଭଞ୍ଜନଗର ଉପଖଣ୍ଡର ସାକ୍ଷରତା ସାଧନ କର୍ମିଥିଲେ । ବ୍ରହ୍ମପୁର ବନ ମଣ୍ଡଳର ବନ ଉନ୍ନୟନ ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ଭାବେ ପୂର୍ବତନ ବନଖଣ୍ଡ ଅଧିକାରୀ ସୁଶାନ୍ତ ନନ୍ଦ ଏବଂ ପ୍ରଫୁଲ କୁମାର ମାଲିକ ଙ୍କ ସମୟରେ ଡ଼. ଦେବ ବ୍ରତ ସ୍ୱାଇଁ,ଆଇ, ଏଫ, ଏସ ପରାମର୍ଶ କ୍ରମେ ବନ ସୁରକ୍ଷା କାର୍ଯ୍ୟକ୍ରମ କୁ ଭି, ଏସ. ଏ ସ. ଗୁଡିକରେ ବନ ସୁରକ୍ଷା କାମ କରି ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ, ୩୦/୬/୨୦୨୧---୧୨,୧୫ Sakhigopal News,30/6/2021