ବୃଦ୍ଧା ଶ୍ରମ ର ଅନ୍ତେବାସୀ ମାନଙ୍କୁ ସହାୟତା
ଭେଡେନ---- ବରଗଡ ଜିଲ୍ଲା ଭେଡେନ କୁବେଡେଗା ପଞ୍ଚାୟତ ର ପଧାନ ଟିକରା ଠାରେ ରହୁଥିବା ବୃଦ୍ଧା ଶ୍ରମ ର ଅନ୍ତେବାସୀ ମାନଙ୍କୁ ମିଶନ ଶକ୍ତି ମନୋକାମନା ମହାସଂଘ ଭେଡେନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଶାଢୀ, ଧୋତି, ଗାମୁଛା ଶୁଖିଲା ଖାଦ୍ୟ, ଛତା, ଚପଲ, ମାକ୍ସ ଇତ୍ୟାଦି ବୃଦ୍ଧା ଶ୍ରମ ରହୁଥିବା ଅନ୍ତେବାସୀଙ୍କ ପ୍ରଦାନ କରାଯାଇଛି। ମନୋକାମନା ମହାସଂଘ ର ସଭାପତି ଦିବ୍ୟାସିନୀ ମେହେର, ସଂପାଦକ ଚମ୍ପା ବାରିକ, ସଦସ୍ୟା ବୈଜୟନ୍ତୀ ସାହୁ, ମୁଖ୍ୟ ଅତିଥି ଭାବରେ ସିଡିପିଓ ଝୁନୁକୁମାରୀ ପାତ୍ର ଓ ସମ୍ମାନୀତ ଅତିଥି ଭାବେ ଭାବରେ ମିଶନ ଶକ୍ତି କୋଅଡିନେଟର ଅନୀତା ପୁରୋହିତ, ଚିଚିଂଡା ସୁପରଭାଜର ପଂକଜିନୀ ଧର, ବିପିସି ଆଲୋକ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସମୟରେ "ଅଲିଭାଘର" ବୃଦ୍ଧା ଶ୍ରମ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବଣ୍ଟନ ରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଏହି ମିଶନ ଶକ୍ତି ମନୋକାମନା ମହାସଂଘ ପକ୍ଷରୁ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁକବି ମୁରଲୀଧର ନାୟକ ଓ ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୭୦ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୨୪/୬/୨୦୨୧-----୧୦,୦୫। Sakhigopal News,24/6/2021