Breaking News

ସତ୍ୟବାଦୀରେ ଚାରୋଟି ସ୍ଥାନରେ୬୫୦ ଜଣଙ୍କୁ ଟୀକା କରଣ


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ କରୋନା ଟୀକାରୁ କେହି ବଞ୍ଚିତ ବା ନ ରହ ଯାଆନ୍ତି ସେଥିପ୍ରତି ନଜର ଦେଇଛନ୍ତି ପ୍ରଶାସନ । ଏବେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ  ସମସ୍ତଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ମାତ୍ର ସେମାନେ ଅନଲାଇନି ମାଧ୍ୟମରେ ନାମ ପଞ୍ଜିକରଣ କରିଥିବା ଆବଶ୍ୟକତା । ଗହଳି ନ ହେବ ସେଥିପ୍ରତି ସବୁ ଟୀକା କରଣ କେନ୍ଦ୍ରରେ କିଛି କିଛି ମାତ୍ରାରେ ଏହି ଟୀକା ରଖାଯାଇଛି । =ସେହିପରି ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଥମ ଡୋଜ ଟୀକା କରଣ କରାଯିବା ସହ ପ୍ରଥମ ଡୋଜର  ୮୪ ଦିନ ହୋଇଥିଲେ  ଦ୍ୱତୀୟ ଡୋଜ ଟିକା କରଣ କରାଯିବ ବୋଲି ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନାମିଳିଛି । ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ ୨ଶହ ଜଣଙ୍କୁ ଟୀକା ଦିଆ ଯିବାକୁ ରହିଥିବା ବେଳେ ସେଥିମଧ୍ୟରୁ ୧୮ରୁ ୪୪ ବର୍ଷଙ୍କୁ ୫୦ ଜଣଙ୍କ ପାଇଁ ରହିଛ ି । ସେହିପରି ଅଳଗୁମ ଜାଗେଶ୍ୱରୀ  ବିଦ୍ୟାପୀଠ ପରିସରରେ୧୫୦ ଜଣଙ୍କୁ ଟୀକା ଦେବାକୁ ରହିଥିବା ବେଳେ ୧୮ରୁ ୪୪ ବର୍ଷଙ୍କୁ ୪୦ ଜଣ, ଶୁକଳ କେନ୍ଦୀୟ ପ୍ରାଥମିକ ବିଦ୍ୟାଳୟ୧୫୦ ଜଣଙ୍କ ପାଇଁ ରହିଥିବା ବେଳେ ୧୮ରୁ ୪୪ ବର୍ଷର ବର୍ଗଙ୍କ ପାଇଁ ୩୦ ଜଣ ଓ ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୫୦ ଜଣଙ୍କ ପାଇଁ ଟୀକା ରହିଥିବା ବେଳେ ୩୦ ଜଣ ୧୮ରୁ ୪୪ ବର୍ଷର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ୧୮ ବର୍ଷରୁ ୪୪ ବର୍ଷର ବର୍ଗର ଲୋକମାନଙ୍କୁ ସକାଳ୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଟୀକା କରଣ କରାଯିବ । ୪୫ ବର୍ଷରୁ ଅଧିକ  ଦ୍ୱତୀୟ ଡୋଜ ଟୀକା ପାଇଁ ଅପରାହ୍ନ ୩ ଘଟିକା ଠାରୁ ୬ ଘଟିକା ପର୍ଯ୍ୟନ୍ତ ଟୀକା କରଣର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୬/୨୦୨୧, ୯,୦୫--- Sakhigopal News, 22/6/2021

Blog Archive

Popular Posts