କୋଦଳା ଏନଏସିରେ ଭତ୍ତା ବଣ୍ଟନ ସହିତ କରୋନା ସଚେତନ କଲେ ବିଧାୟିକା
କୋଦଳା -କୋଭିଡ ର ଦ୍ଵିତୀୟ ଲହର ଜୀବନ ଜୀବିକା ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଛି । ଏଭଳି ପରିସ୍ଥିତି ରେ ଅସହାୟ ଗରିବ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଙ୍କ ମୁହଁରେ ହସ ଫୁଟାଇବା ପାଇଁ ବିଧାୟିକା ଆରମ୍ଭ କରିଛନ୍ତି ଉଦ୍ୟମ । ଜିଲ୍ଲା ପ୍ରଶାସନ ର ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ବାର୍ଦ୍ଧକ୍ୟ ୩୮, ବିଧବା ୨୬ , ସ୍ୱାମୀ ପରିତ୍ୟକ୍ତା ୩,ଦିବ୍ୟାଙ୍ଗ ୧୧ଏବଂ ଅବିବାହିତ ୨ ଜଣ ହିତାଧିକାରୀଙ୍କୁ ୬ ମାସ ନିମନ୍ତେ ୩ହଜାର ଟଙ୍କା ବଣ୍ଟନ କରବା ସହିତ ସମସ୍ତଙ୍କୁ ନିଜ ହାତରେ ମାସ୍କ ପିନ୍ଧାଇ ଟୀକା ନେବାକୁ ପରାମର୍ଶ ଦେଇ ସଚେତନ କରିଥିଲେ ।
ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ କଲ୍ୟାଣ ମଣ୍ଡପ ପରିସର ରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ରରୁ ଟୀକା ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । କନିଷ୍ଠ ଯନ୍ତ୍ରୀ ଯତିନ୍ଦ୍ର ମୋହନ ବେହେରା, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି,ମୁକ୍ତା ସଂଯୋଜକ ମାନସ କୁମାର ଦାଶ, ମୁକ୍ତା କାର୍ଯ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ, ମୁକ୍ତା ହିସାବ ରକ୍ଷକ ପ୍ରିୟଙ୍କା ଜେନା, ସିଓ ଶ୍ରଦ୍ଧା ନାୟକ, ଦ୍ୱାରିକା ନାଥ ପାଢ଼ୀ, ଉଦୟ କୁମାର ସାହୁ, ଧୀରଜ କୁମାର ପାତ୍ର, ସ୍ବପ୍ନ କୁମାର ସାହୁ, ହରିଶ ଚନ୍ଦ୍ର ରାଉଳ, ରାଜେନ୍ଦ୍ର ପ୍ରସାଦ ସାହୁ, ସନ୍ତୋଷ କୁମାର ପଣ୍ଡା, ନିବେଦିତା ରଥ, ପବିତ୍ର କୁମାର ବେହେରା ପ୍ରମୁଖ ଏନଏସି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୯/୬/୨୦୨୧---୧୨,୧୫ Sakhigopal News,19/6/2021