Breaking News

ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତା ଉପରେ ଲଙ୍ଗଳ ଓ ଧାନ ବସ୍ତା ଥୋଇ ରାସ୍ତାରୋକ କଲେ ଶତାଧିକ ଚାଷୀ


 ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ମିଲର ,ଯୋଗାଣ ବିଭାଗ ଓ ସମବାୟ ସମିତିର ସମ୍ପାଦକ ମାନଙ୍କ ମଧୁଚନ୍ଦିକା ଯୋଗୁ ଆଜି ପଟ୍ଟନାୟକିଆ-- ଡେଲାଙ୍ଗ ରାସ୍ତାର ଲୁଣାନଦୀ ସେତୁ ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀ ମାନେ ପ୍ରାୟ ଚାରି ଘଣ୍ଟା ରାସ୍ତା ରୋକ କରିଥିଲେ । ଯାହା ଫଳରେକି ଉଭୟ ପାଶ୍ୱର୍ରେ ଗାଡି ମଟରର ଲମ୍ବା ଧାଡି ଲାଗିଥିଲା । ସୁଚନାଯୋଗ ଯେ ଡେଲାଙ୍ଗ ବ୍ଳକରେ ସମବାୟ ସମିତି ଜରିଆରେ ରବି ଋତୁରେ ଧାନ ବିକ୍ରୟ ପାଇଁ ଚାଷୀ ମାନେ ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଧାନ ବିକ୍ରୟ ପାଇଁ ଟୋକୋନ  ମିଳିଥିଲା । ଚାଷୀ ମାନେ ଟୋକୋନ ପାଇଥିଲେ ମଧ୍ୟ ମଣ୍ଡି  ନ ଖୋଲିବାରୁ ଧାନ ବିକ୍ରୟ କରି ପାରିନଥିଲେ ।ଯାହା ଫଳରେକି ଟୋକେନ ସମୟ ସୀମା ଶେଷ ହୋଇଯାଇଥିଲା । = ମିଲରଙ୍କ ପାଖକୁ ଗଲେ ମିଲର ତା ମନଇଛାରେ ଧାନ କାଟ ନେଉଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିବା ସହ ମଣ୍ଡିରେ ଧାନ ଦେବା ପାଇଁ ଅଡି ବସିଥିଲେ । ପ୍ରଥମେ ବେରବୋଇ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ମାନେ ରାସ୍ତା ରୋକ କରିବାପରେ ଏବେ ଡେଲାଙ୍ଗ ହାଟ ବଜାର ନିକଟ ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀ ମାନେ ରାସ୍ତା ରୋକ କରିଛନ୍ତି ।  ପ୍ରଗତି ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିବା ପ୍ରାୟ ୨୨ଜଣ ଚାଷୀ ପାଇଥିବା ଟୋକେନ ସମୟ ସୀମା ସରି ଯାଇଛି । ଯାହା ଫଳରେକି ଚାଷୀ ମାନେ ଧାନ ବିକ୍ରୟରୁ ବଞ୍ଚିତ । ଅନ୍ୟ ପକ୍ଷେ ଏବେ ବି ଚାଷୀଙ୍କ ପାଖେ ଶହ ଶହ କୁଇଣ୍ଟାଲ ଧାନ ଖରାବାରିରେ ପଲିଥିନ ତଳେ ଥୁଆ ହୋଇଛି । ମଣ୍ଡି ନ ଖୋଲିବାରୁ ଧାନ ଚାଷୀ ବିକ୍ରୟ କରି ପାରୁନାହିଁ । ଏହାକୁ ନେଇ ତହସିଲଦାର, ବିଡିଓ, ଯୋଗାଣ ବିଭାଗ, ଥାନା ସମସ୍ତ ଅଧିକାରୀ ମାନଙ୍କୁ ଚାଷୀ ମାନେ ଅବଗତ କରାଇଥିଲେ  । ମାତ୍ର କୌଣସି ସୁଫଳ ନ ମିଳିବାରୁ ଚାଷୀ ନେତା ଅଶୋକ ପ୍ରଧାନ, ମୁନିନ୍ଦା ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, କିଷାନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମାନେ ରାସ୍ତା ଉପରେ ଧାନ ବସ୍ତା ଓ ଲଙ୍ଗଳ ଥୋଇ ବସି ରହିଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇ ଓ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଆନ୍ଦୋଳନକାରୀ  ମାନଙ୍କ ସହିତ ଆଲେଚନା କରିବା ସହ ତୁରନ୍ତ ଧାନ ମଣ୍ଡି ଜରିଆରେ ଧାନ ଉଠିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ମାନେ ରାସ୍ତାରୁ ହଟିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, =୧୮/୬/୨୦୨୧-----୫--୦୦ ,

 Sakhigopal News, 18/6/2021

Blog Archive

Popular Posts