Breaking News

ସତ୍ୟବାଦୀରେ ୧ହଜାର ଟୀକା ଦିଆଯିବ


 ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ୪ଟି ସ୍ଥାନରେ ଟୀକା କରଣ କେନ୍ଦ୍ର କରାଯାଇଛି । କରୋନା ଟୀକା କେନ୍ଦ୍ରରେ ଯେପରି ଗହଳି ନହୁଏ ସେଥିଦିଗ ପ୍ରତି ନଜର ରଖାଯାଇଛି । ୪ଟି ସ୍ଥାନରେ ୧ହଜାର ଲୋକଙ୍କୁ ଟୀକ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏହି ୪ଟି ସ୍ଥାନରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ  ୮ଶହ ଲୋକଙ୍କୁ  ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଉଛି । ସେମାନେ  ଅନଲାଇନି ମାଧ୍ୟମରେ ନାମ ପଞ୍ଜିକରଣ କରିଥିବା ଆବଶ୍ୟକତା ରହିଛି ।  ପ୍ରତିଦିନ ଅପରାହ୍ନ ୫ଟା ସମୟରେ ଅନଲାଇନିରେ ନାମ ପଞ୍ଜିକରଣ କରିବା ପାଇଁ ସୁଯୋଗ କରାଯାଇଛି । ସେହିପରି ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଥମ ଡୋଜ ଟୀକା କରଣ କରାଯିବା ସହ ପ୍ରଥମ ଡୋଜର  ୮୪ ଦିନ ହୋଇଥିଲେ  ଦ୍ୱତୀୟ ଡୋଜ ଟିକା କରଣ କରାଯାଉଛି  ବୋଲି ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନାମିଳିଛି । ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ ୨ଶହ ଜଣଙ୍କୁ ୧୮ରୁ ୪୪ ବର୍ଷର ଲୋକମାନଙ୍କୁ ଟୀକା କରଣ କରାଯିବାପାଇଁ ଲକ୍ଷ୍ୟ ରହିଥବା ବେଳେ ୫୦ ଜଣଙ୍କୁ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଓ ପ୍ରଥମ ଡୋଜ ଟୀକା ନେଇଥିବାର ୮୪ ଦିନ ହୋଥିଲେ ଦୁତୀୟ ଡୋଜ ଟୀକା କରଣ କରାଯିବ ବୋଲି ଜଣାପଡିଛି ।  ସେହିପରି ଅଳଗୁମ ଜାଗେଶ୍ୱରୀ  ବିଦ୍ୟାପୀଠ ପରିସରରେ୨୦୦ଜଣଙ୍କୁ ଟୀକା ଦେବାକୁ ରହିଥିବା ବେଳେ ୧୮ରୁ ୪୪ ବର୍ଷଙ୍କୁ ୫୦ ଜଣ, ଶୁକଳ କେନ୍ଦୀୟ ପ୍ରାଥମିକ ବିଦ୍ୟାଳୟରେ ୨୦୦ ଜଣଙ୍କ ପାଇଁ ରହିଛି ଓ ୧୮ରୁ ୪୪ ବର୍ଷର ବର୍ଗଙ୍କ ପାଇଁ ୫୦  ଜଣ ଓ ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨୦୦ ଜଣଙ୍କ ପାଇଁ ଟୀକା ରହିଥିବା ବେଳେ ୫୦ ଜଣ ୧୮ରୁ ୪୪ ବର୍ଷର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ୧୮ ବର୍ଷରୁ ୪୪ ବର୍ଷର ବର୍ଗର ଲୋକମାନଙ୍କୁ ସକାଳ୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଟୀକା କରଣ କରାଯିବ । ୪୫ ବର୍ଷରୁ ଅଧିକ  ଦ୍ୱତୀୟ ଡୋଜ ଟୀକା ପାଇଁ ଅପରାହ୍ନ ୩ ଘଟିକା ଠାରୁ ୬ ଘଟିକା ପର୍ଯ୍ୟନ୍ତ ଟୀକା କରଣର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୬/୨୦୨୧=୮,୪୦, Sakhigopal News, 23/6/2021

Blog Archive

Popular Posts