ଜଟଣୀରେ ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ
ଜଟଣୀ,---- ଜଟଣୀର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ସୋମବାର ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ ହୋଇଯାଇଛି । ଯୋଗଭ୍ୟାସ ମାଧ୍ୟମରେ ମାନସିକ,ଶାରୀରିକ ଏବଂ ଆଧ୍ୟାତ୍ମିକ ଭାବରେ ସୁସ୍ଥ ରଖିବା ଉଦ୍ୟେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗଦିବସଭାବେ ପାଳନ କରାଯାଏ । ଯୋଗ ଏପରି ଏକ ଔଷଧ ଯାହା ପ୍ରତ୍ୟେକ ରୋଗକୁ ଆରୋଗ୍ୟ କରିପାରେ । ଏହି ଅବସରରେ ଆଜି ଖୋର୍ଦ୍ଧାରୋଡ ରେଳମଣ୍ଡଳର ପ୍ରବନ୍ଧକ ଶଶିକାନ୍ତ ସିଂ ସମସ୍ତ କର୍ମଚାରୀମାନଙ୍କୁ ଯୋଗଭ୍ୟାସ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ପୁର୍ଣ୍ଣିମା ସିଂ ଯୋଗଭ୍ୟାସ କରିବା ସହିତ ସଂଗଠନର ସମସ୍ତ କର୍ମକର୍ତାମାନଙ୍କୁ ଯୋଗ କରିବା ପାଇଁ ନିବେଦନ କରିଥିଲେ ।
ମହାମାରୀ କୋଭିଡ ଆଇନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ ମଣ୍ଡଳ ଅଧିନସ୍ଥ ଭୂବନେଶ୍ୱର,ପୁରୀ,କଟକ,ଖୋର୍ଦ୍ଧାରୋଡ,ବ୍ରହ୍ମପୁର,ଭଦ୍ରକ,ଯାଜପୁର,କେଉଁଝର ରୋଡ ଇତ୍ୟାଦି ସମସ୍ତ ଗୁରୁତ୍ୱପୁର୍ଣ୍ଣ ରେଳଷ୍ଟେସନରେ କର୍ମଚାରୀମାନଙ୍କ ପାଇଁ ଯୋଗଭ୍ୟାସ ଅଧିବେସନ କରାଯାଇଥିଲା । ଏଥି ସହିତ ଯୋଗଭ୍ୟାସ କରିବାଲାଗି ଅନ୍ୟାନ୍ୟ ଷ୍ଟେସନଗୁଡିକରେ ପୋଷ୍ଟର ଓ ଭିଡିଓ ପ୍ରଦର୍ଶନମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା । ସେହିପରି ଜଟଣୀର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟିରେ =୭ମ ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ ହୋଇଥିଲା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଭର୍ଚୁଆଲ ମୋଡରେ ଏହି ଯୋଗଦିବସ ଆୟୋଜିତ ହୋଇଥିବା ବେଳେ ଏଥିରେ ୩୫୦ଜଣ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥୀଭାବେ ପ୍ରଜନନ୍ନ ମିଶନର ସମ୍ପାଦକ ଓ ପ୍ରଶାସକ ସ୍ୱାମୀ ଅଚଳାନନ୍ଦ ଗିରୀ ଯୋଗଦେଇ ଯୋଗଶିକ୍ଷା ପ୍ରଦର୍ଶନ କରିଥିଲା ବେଳେ ଅନ୍ୟତମ ଅତିଥୀଭାବେ ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆରଭି ରାଜା କୁମାର ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଟି ରେଜିଷ୍ଟାର ଦେବରାଜ ରଥ, ଆଇଆଇଟି ଭୂବନେଶ୍ୱରର ସିଆଇଟିଏସସିର ଅଧ୍ୟକ୍ଷ ଡ.ବାରାଥ୍ରମ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ଶ୍ରୀକାନ୍ତ ଗୋଲାପୁଡି ଓ ବଙ୍କିମ ଚନ୍ଦ୍ର ମଣ୍ଡଳ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, =୨୧/୬/୨୦୨୧---୧୦,୨୦ , Sakhigopal News, 21/6/2021