ଅଟୋ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ସାକ୍ଷୀଗୋପାଳ ------ ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ଯଶୁଆପୁର ଛକରେ ଏକ ଅଟୋ ଧକ୍କା ଦେବାରୁ ସାଇକେଲ ଆରୋହୀ ଗୁରୁତର ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଯଶୁଆପୁର ଗ୍ରାମର ପ୍ରଫୁଲ ପାଢ଼ୀ ଏକ ସାଇକେଲ ଯୋଗେ ଗ୍ରାମରୁ ରାସ୍ତା ଉପରକୁ ଆସିବା ବେଳକୁ ଏକ ଅଟୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ସେହି ସମୟରେ ଜାତୀୟ ରାଜପଥରେ ପ୍ରହରା ଦେଉଥିବା ଏସଆଇ ରାମକୃଷ୍ଣ କରଙ୍କ ଟିମ ଦୁର୍ଘଟଣା ଗସ୍ତ ପ୍ରଫୁଲଙ୍କୁ ପୁଲିସ ଗାଡିରେ ସାକ୍ଷୀଗୋପାଳ ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପ୍ରଫୁଲଙ୍କ ପରିବାରଙ୍କୁ ଜଣାଇ ଦିଆଯାଇଥିଲା । ଦୁର୍ଘଟଣା ଘଟାଇଥିବା ଅଟୋକୁ ସାତଶଙ୍ଖ ଫାଣ୍ଡି ଅଧିକାରୀ ଜବତ କରି ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୧----୮,୩୦ , Sakhigopal News, 19/6/2021