Breaking News

ମୁନିନ୍ଦା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ବିଜେଡି ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ


 ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ମୁନ୍‌ିନ୍ଦା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ସହିତ ବିଜେଡିର ଯୁବ କର୍ମୀ ମାନେ ଘରକୁ ଘର ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ରାଜ୍ୟ ସରକାର ଲାଗୁ କରିଥିବା କୋଭିଡ ନିୟମ ସମସ୍ତେ ମାନିବା ସହ ମୁହଁରେ ମାସ୍ପ ବ୍ୟବହାର କରନ୍ତୁ, ଘରେ ରହନ୍ତୁ ସୁସ୍ଥ ରହନ୍ତୁ ବୋଲି ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡାଙ୍କ ସହିତ ପଞ୍ଚାୟତର ବିଜେଡି କର୍ମୀ ମାନେ ଉପସ୍ଥିତ ରହି ମାସ୍କ ଓ ସାନିଟାଇଜର ବଣ୍ଟନରେ ସହଯୋଗ କରିଥିଲେ ।  ବିଶେଷ କରି ଗ୍ରାମାବସୀ ମାନଙ୍କୁ ଶ୍ରୀ ମହାରଥୀ କରୋନା ସଚେତନତା କରାଇଥିଲେ ।

  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧---୪,୪୦ 

 Sakhigopal News, 17/6/2021

Blog Archive

Popular Posts