Breaking News

ମଦ୍ୟପ ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ


ଭେଡେନ----ବରଗଡ ଜିଲ୍ଲା ଭେଡେନ ଥାନା ତାଲମେଂଡା ଗ୍ରାମ ର ରଂଗାଟିକରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଚନା ଯୋଗ୍ୟ ଯେ ରଂଗାଟିକରା ଗ୍ରାମର ଟିକେସ୍ଵର ଖରସେଲ ବୟସ ୩୮ । ଅଧିକାଂଶ ଦିନ ମଦ ପିଇ ଘରେ ଆସି ଗଣ୍ଡଗୋଳ କରିଥିଲା। ଗତକାଲି ରାତିରେ ମଦ ପିଇ ଆସି ନିଜ ସ୍ତ୍ରୀ କଳ୍ପନା ଖରସେଲ ବୟସ ୩୬ ସାଙ୍ଗରେ ଗଣ୍ଡଗୋଳ କରିଥିଲା । ମଦ ନିଶାରେ ଉତକ୍ଷୀପ୍ତ ହୋଇ ବାଡ଼ି ଓ ଶାବଳରେ କଳ୍ପନା କୁ ପିଟି ପିଟି ମାରି ଦେବା ଅଭାବନୀୟ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପାଇ ଭେଡେନ ଥାନା ଆଇଆଇସି ସଂଗିତା ମହାପାତ୍ର, ସବ ଇନ୍ସପେକ୍ଟର ମନୋଜ ପ୍ରଧାନ, ସବ୍ ଇନ୍ସପେକ୍ଟର ରୁଦ୍ରନାରାୟଣ ପ୍ରଧାନ ଓ ଷ୍ଟାଫ୍ ରଙ୍ଗାଟିକରା ଯାଇ ମୃତ କଳ୍ପନା ର ମୃତ ଶବ ଜବତ କରି ବରଗଡ ମୁଖ୍ୟ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣା ସ୍ଥଳରେ ରକ୍ତ ଲଗା ବାଡି ଓ ଶାବଳ ପୋଲିସ ଜବତ କରିଛନ୍ତି। ଭେଡେନ ଥାନା କେସ ନମ୍ବର ୧୩୦/୩୦.୬.୨୧ ରେ ୩୦୨ ଦଫାରେ ମାମଲା ରୁଜୁ କରି ଟିକେସ୍ଵର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୩୦/୬/୨୦୨୧, ୧୦,୦୦
Sakhigopal News,30/6/2021

Blog Archive

Popular Posts