Breaking News

ୟୁ ବି ହାଇସ୍କୁଲ ରେ ଯୋଗ ଦିବସ ପାଳିତ


ଭଂଜନଗର---- ସ୍ଥାନୀୟ ୟୁ . ବି. ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ୨ ଓଡ଼ିଶା ବାଟାଲିୟନ ଏନ ସି ସି ର ସହଯୋଗୀ ଭାବେ ଏନ୍ ସି ସି ଆର୍ମି ଵିଙ୍ଗ କ୍ୟାଡେଟ , ନାଭାଲ୍ ଓ ଏୟାର କ୍ୟାଡେଟ , ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବ  ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିଡି ନେସନାଲ ଚାନେଲ୍ ରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଗ ଦିବସ ସମ୍ପର୍କିତ ବାର୍ତ୍ତା ର ସିଧା ପ୍ରସାରଣ ଦେଖିବା ସହ ନିଜ ନିଜ ପରିବାର ଲୋକଙ୍କ ସହିତ ଯୋଗ , ଆସନ ଆଦି କରିଥିଲେ। ଏହା ପରେ ଏନ୍ ସି ସି ଆର୍ମି ଵିଙ୍ଗ କ୍ୟାଡେଟ "ପ୍ଲାଷ୍ଟିକ କୁ ନା" ସମ୍ପର୍କିତ ଚିତ୍ର ତଥା ସଚେତନତା ବାର୍ତ୍ତା ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ ଜୀବନ ନିମନ୍ତେ ଯୋଗ" ସମ୍ବନ୍ଧରେ ସ୍ଂଦେଶ ଦେଇ ଥିଲେ। ସ୍ଂଯୋଜକ ଏନ୍ ସି ସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର  ରେଡ୍ୟୁସ୍ , ରିୟୁଜ୍ , ରିସାଇକଲ୍ - ୩ ଆର୍ ବ୍ୟବହାର କରି ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ଯୋଗ କରି ସୁସ୍ଥ ଜୀବନ ଯାପନ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନାଭାଲ୍ ଅଫିସର କେଦାରନାଥ ସେଠୀ, ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ , ପିଇଟି ସପନେଶ୍ଵରୀ ଦିଗାଲ, ଅମିତ୍ କୁମାର ବେହେରା, ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ ସକ୍ରିୟ ଅ୍ଂଶ ଗ୍ରହଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୨୨/୬/୨୦୨୧--୩,୨୦ Sakhigopal News,22/6/2021

Blog Archive

Popular Posts