Breaking News

ଦନ୍ତା ନଦୀ ବ୍ରିଜ ଏବେ ମରଣଯନ୍ତା ପାଲଟିଛି


ଭେଡେନ--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ରୁ ଭେଡେନ ବ୍ଲକ ସଂଯୋଗ କରୁଥିବା ବରଗଡ଼ ପିଡବ୍ଲୁଡି ବିଭାଗ ର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାର ଦନ୍ତା ନଦୀ ବ୍ରିଜ ଉପରେ ବିରାଟ ଗର୍ତ୍ତ ସ୍ରୁଷ୍ଟି ହୋଇଛି। ଏହି ଗର୍ତ ରେ ଛଡ ଦେଖିବାକୁ ମିଳୁଛି। ଏହି ରାସ୍ତାରେ ବୁର୍ଲା କୁ ଆମ୍ବୁଲାନ୍ସ ଯିବା ଆସିବା କରିବା ସହ ବସ, ଟ୍ରକ,ଟ୍ରାକ୍ଟର, ଚାରିଚକିଆ ଯାନ, ଭାରିଯାନ, ବାଇକ, ସାଇକେଲ ଆରୋହୀ ମାନଙ୍କର ଗହଳି ଲାଗିଥାଏ । ଏକମାତ୍ର ମୁଖ୍ୟ ରାସ୍ତା ଅଟେ। ବ୍ରିଜ ଉପରେ ଗର୍ତ୍ତ ଟି ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଜନସାଧାରଣ କହନ୍ତି । ଏହି ବ୍ରିଜ ଟି ମାତ୍ର ୭/୮ ବର୍ଷସ ହେବ ନିର୍ମାଣ ହୋଇଛି । ଏତେ କମ ବର୍ଷ ରେ ବ୍ରିଜ ଅବସ୍ଥା ଶୋଚନୀୟ ହୋଇଥିବାରୁ ଆଗକୁ କଣ ନହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହିପରି ଅବସ୍ଥା ରେ ବ୍ରିଜ ରହିଲେ ଆଗକୁ ଦୁର୍ଘଟଣା ସହିତ ଧନ, ଜୀବନ ଯିବାର ସାଧାରଣ ରେ ଆଶଙ୍କା ପ୍ରକାଶ କରୁଛନ୍ତି। ପିଡବ୍ଲୁଡି ବିଭାଗୀୟ ଉଚ୍ଚ ଅଧିକାରୀ ଧନ ଜୀବନ ନଷ୍ଟ ହେବା ଆଗରୁ ଜନସାଧାରଣ ଙ୍କ ଆବଶ୍ୟକତା ଦୃଷ୍ଟିରୁ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଜନସାଧାରଣ ଦାବୀ କରୁଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୧୭/୬/୨୦୨୧------୫,୦୦
Sakhigopal News, 17/6/2021

Blog Archive

Popular Posts