ତିନି କୃଷି କଳା ଆଇନ ରଦ୍ଦ ଦାବିରେ ବେରବୋଇ ଠାରେ ଗଣ ଧାରଣା
ଡେଲାଙ୍ଗ =---- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଠାରେ ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଓ ଏ. ଆଇ. କେ. କେ ଏମ. ଏସ ତରଫରୁ ବେରବୋଇ ଠାରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ରାଜ୍ୟ ସମ୍ପାଦକ କମେଡ୍ର ରଘୁ ନାଥ ଦାସ ଗଣ ଧାରଣାରେ ଯୋଗଦେଇ ସାତ ମାସ ଧରି ଚାଳିଥିବା ଚାଷୀ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ କହିଥିଲେ । କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ମାରଣ ନୀତି ରଦ୍ଦ ନ କରିବା ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ, ଚୁକ୍ତିଚାଷ ଆଇନ ରଦ୍ଦ ଓ ବିଦ୍ୟୁତ ବଦ୍ଧିତ ଦର ସଂଶୋଧନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବେରବୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କମେଡ୍ର ରାଜକିଶୋର ଆଳୁକ, ପଦ୍ମ ଚରଣ ଜେନା, ଟୁକୁନା ବେହେରା, ତ୍ରିନାଥ ବେହେରା, ପ୍ରଶାନ୍ତ ବେହେରା,ପନ୍ମନାଭ ପଣ୍ଡା ପ୍ରମୁଖ କର୍ମୀ ମାନେ ଯୋଗ ଦେଇଥିଲେ । ଡେଲାଙ୍ଗରୁ ଧରେନ୍ଦ୍ର ସେନାପତି, ୨୧/୬/୨୦୨୧---୯,୩୦=