ଓଡିଶା ମୋଟର ଚାଳକ ସଂଘର ସଦସ୍ୟ ମାନଙ୍କୁ ସହାୟତା ପାଇଁ ଦାବି
ସାକ୍ଷୀଗୋପାଳ------ କରୋନା ଯୋଗୁ ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ଯାହା ଫଳରେକି ମୋଟର ଚାଳକ ମାନେ ଏବେ ଘରେ ବସି ରହିଛନ୍ତି । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ସାକ୍ଷୀଗୋପାଳ ଓ ପୁରୀ ଓଡିଶା ମୋଟର ଚାଳକ ସଂଘର ଏକ ଜରୁରୀ ବୈଠକ ସାକ୍ଷୀଗୋପାଳ ବକୁଳବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ମୋଟର ଚାଳକ ସଂଘର ସଭାପତି ରାମଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତାକରିଥିଲେ । କୋଭିଡ ଗାଇଡିଲାଇନି ଅନୁଯାୟୀ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସରକାର କରୋନା ସମୟରେ ସମସ୍ତଙ୍କ ପାଇଁ ସହଯୋଗ ହାତ ବଡାଉଥିବା ବେଳେ ଗାଡି ଚାଳକ ମାନଙ୍କ ପାଇଁ କିଛି ନାହିଁ ବୋଲି ଦୁଖଃ ପ୍ରକାଶ କରିଥିଲେ । ସରକାର ଗାଡିଚାଳକ ମାନଙ୍କୁ କିଛି ସାହାର୍ଯ୍ୟ ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ମୋଟର ଚାଳକ ସଂଘର ସଭାପତି ତ୍ରିନାଥ ବାରିକ, ଉପସଭାପତି ସୁକାନ୍ତ ସ୍ୱାଇଁ, ସଦସ୍ୟ ତପନ ରାଉତ, ସୁକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଆଲେଚନାରେ ଅଂଶଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୧---୮,୫୦ Sakhigopal News , 20/6/2021