ଭର୍ଚ୍ଚୁଆଲ ମାଧ୍ୟମରେ ୫ଟି ସଚ୍ଚିବଙ୍କ ମଡେଲ ବିଦ୍ୟାଳୟ ଯୋଜନା କିପରି ସଫଳ ହେବ ସେ ନେଇ ସମୀକ୍ଷା
ସାକ୍ଷୀଗୋପାଳ---- ସରକାର ପ୍ରତି ବ୍ଳକରୁ କେତଟି ସରକାରୀ ବିଦ୍ୟାଳୟ କୁ ମଡେଲ ବିଦ୍ୟାଳୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସତ୍ୟବାଦୀ ବ୍ଳକର ୬ଗୋଟି ବିଦ୍ୟାଳୟକୁ ୫ଟି ଯୋଜନାରେ ଅନ୍ତଭୁକ୍ତ କରାଯାଇ ମଡେଲ ବିଦ୍ୟାଳୟ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ବିଦ୍ୟାଳୟରେ ଉନ୍ନତ ମାନର ଖେଳ ପଡିଆ, ଲାଇବ୍ରେରୀ, ବିଜ୍ଞାନଗାର , ମୁଖ୍ୟ ଗେଟ ର ତୋରଣ ଆଦି କରାଯିବା ପାଇଁ ପ୍ରସ୍ତାବ ଆସିଛି । ଏହି ଅବସରରେ ମଙ୍ଗଳବାର ପୂବାହ୍ନରେ ସତ୍ୟବାଦୀ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଭର୍ଚ୍ଚୁଆଲ ମାଧ୍ୟରେ ୫ଟି ସଚ୍ଚିବ ଭି. କେ, ପାଣ୍ଡିୟାନ ଏକ ସମୀକ୍ଷା ବୈଠକ କରିଛନ୍ତି । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବ୍ଳକ ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ । ୬ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଆଲୁମିନା କମିଟିର ସଦସ୍ୟ, ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟିର ଜଣେ ସଦସ୍ୟ , ଛାତ୍ର ଛାତ୍ରୀ ଦୁଇଜଣ ମୋଟ ୩୬ ଜଣ ଏହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଉନ୍ନତି କରଣ କରାଯିବ ସେ ଦିଗପ୍ରତି ଉପସ୍ଥିତ ଥିବା ସଦସ୍ୟ ମାନେ ସହଯୋଗ କରିବା ପାଇଁ ସଚ୍ଚିବ ନିବେଦନ କରିଥିଲେ । ଏହି କାମଆସନ୍ତା ନଭେମ୍ବର ୧୪ ତାରିଖ ସୁଦ୍ଧା ଶେଷହେବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୧----୫,୦୦= Sakhigopal News, 30/6/2021