Breaking News

ନିଜର ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା


ଭେଡେନ------ ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ନିଜର ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବର୍ତମାନ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବାରୁ ବରଗଡ ସହର ନିକଟସ୍ଥ ଜମୁରଡା କୁଷ୍ଠାଶ୍ରମ କୁ ଯାଇ ଅନ୍ତେବାସୀ ମାନଙ୍କ ସହିତ ଭାବବିନିମୟ ର ଆଦାନ ପ୍ରଦାନ କରିବା ସହିତ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି ସମୟରେ ଅତିଥି ଭାବରେ ସମାଜସେବୀ ଦିବାକର ମାଝୀ, ଅମର ଭୋଇ, ଆନନ୍ଦ ଭୋଇ, ଗଙ୍ଗା ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହାସହିତ ବରଗାଁ ସରପଞ୍ଚ ଆହାଲ୍ଲାଦ ଖମାରୀ ଓ ଅନ୍ତେବାସୀ ପଡା ର ମୁଖ୍ୟ ଶାନ୍ତନୁ ଭୂଏ, ସୁଦାମ ସେଠ୍, ଟେଭା, ସାହେବ ବଣ୍ଟନ ସମୟରେ ସହଯୋଗ କରିଥିଲେ।
ଲିପିକା ସେଠାରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ରେ ଅସୁବିଧା ହେଲେ ମୋ ସହିତ ଯୋଗାଯୋଗ କଲେ, ମୋର ଯଥା ସମ୍ଭବ ପ୍ରୟାସ କରି ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହାସହିତ କୁଷ୍ଠାଶ୍ରମ ଅନ୍ତେବାସୀ ମାନେ ସହାୟତା ପ୍ରଦାନ କରିଥିବାରୁ ଆହୁରି ପର୍ବତାରୋହଣ କରି ଆଗକୁ ଯିବା ପାଇଁ ଆଶିର୍ବାଦ କରିଥିଲେ। ପରିଶେଷରେ ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଉପସ୍ଥିତ ଥିବା କୁଷ୍ଠାଶ୍ରମ ସମସ୍ତ ଅନ୍ତେବାସୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୬/୨୦୨୧----୧୦,୩୦
Sakhigopal News , 18/6/2021

Blog Archive

Popular Posts