ଶିକୁଳି କାଟି ଦୋକାନରୁ ଚୋରି
=
ଡେଲାଙ୍ଗ------ ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ଅଭିମନ୍ୟୁ ସାହୁଙ୍କ ଦୋକାନ ଗୃହ କବାଟ ଶିକୁଳି କାଟି ସେଠାରେ ଥିବା ଦୁଇଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଚାରୋଟି ଗ୍ୟାସ୍ ଚୁଲା ଚୋରାଇ ନେଇଛି । ଚୋରି ହୋଇଥିବା ଜିନିଷ ଗୁଡ଼ିକର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ହେବ ବୋଲି ଅଭିମନ୍ୟୁ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଫେରିଯାଇଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧----୯,୫୦