Breaking News

ଡେଲାଙ୍ଗର ଯୁବ ସାମ୍ବାଦିକଙ୍କ ଶବ ସତ୍କାର ପାଇଁ ପ୍ରଶାସନ ପକ୍ଷରୁ ସହାୟତା

 

=====

ଡେଲାଙ୍ଗ -----ଡେଲାଙ୍ଗ ବ୍ଳକର ଯୁବ ସାମ୍ବାଦିକ ଦୀପକ କୁମାର ମିଶ୍ରଙ୍କର ୩୮ ବର୍ଷରେ ଅକାଳ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଶ୍ରୀ ମିଶ୍ର ବ୍ରେନ ଷ୍ଟେକରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ହେଉଥିଲେ । ରବିବାର ଅପରାହ୍ନରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।  ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ଘଢ଼େଇ, ବିଡିଓ ଦିଲୀପ କୁମାର ଷଡଙ୍ଗୀ ଓ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଦିବଂଗତ ସାମ୍ବାଦିକଙ୍କ ବାସଭବନରେ ପହଞ୍ଚି ତାଙ୍କ ସାନ ଭାଇ ଗୋବିନ୍ଦ ମିଶ୍ରଙ୍କୁ ରେଡକ୍ରମ ଫଣ୍ଡରୁ ଦଶ ହଜାର ଟଙ୍କା ଶବ ସତ୍କାର କରିବା ପାଇଁ ସହାୟତା ପ୍ରଦାନ କରଥିବା ଜଣାପଡିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୬/୨୦୨୧, ୭,୫୦  Sakhigopal News, 28/6/2021


Blog Archive

Popular Posts