ଆଠ ମାସ ହେଲା ମହିଳା ନିଖୋଜ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ --- ଆଠ ମାସ ହେଲା ଜଣେ ସ୍ୱାମୀ ତାର ସ୍ତ୍ରୀକୁ କରୋନା ସମୟରେ ମଧ୍ୟ ଖୋଜୁଛି । ଖୋଜି ଖୋଜି ନିରାଶ ହେବା ପରେ ଏବେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ଜୟରାମପୁର ଗ୍ରାମର ଟୁକୁନା ବେହେରା ୨୦୧୬ ମସିହାରେ ନରସିଂହପୁର ଥାନା ଅନ୍ତର୍ଗତ କମଳାଡିହ ଗ୍ରାମର ଯୁଗଳ କିଶୋର ସାହୁଙ୍କ ଝିଅ ଲୋରୀ ସାହୁ ( ୨୯)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ପରେ ତାମିଲନାଡୁ ପଳାଇ ଯାଇ ସେଠାରେ ୪ ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ । ସେଠାରୁ ଟୁକୁନା ନିଜ ଘରକୁ ଫେରିଥିଲେ । ଘରେ କିଛି ଦିନ ଅତିବାହିତ କରିଥିଲେ । ଆଠ ମାସ ହେବ ଘରେ କେହି ନଥିବାର ସୁଯୋଗ ନେଇ ଲୋରୀ କେଉଁ ଆଡେ ପଳାଇ ଯାଇଛନ୍ତି । ସେହିଦିନ ଠାରୁ ଟୁକୁନା ଓ ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହ ଲୋରୀଙ୍କ ବାପା ଘରକୁ ଜଣାଇଥିଲେ ମଧ୍ୟ ସେଠାରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ସତ୍ୟବାଦୀ ଥାନରେ ଟୁକୁନା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧----୪,୩୫
Sakhigopal News, 27/6/2021