ଅଠେଇଶ ପାଇଁ ନିର୍ମାଣଧୀନ ରାସ୍ତାରେ ୧୪୪ ଜାରି କଲା ସତ୍ୟବାଦୀ ପ୍ରଶାସନ
=
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ ମଧ୍ୟରେ ଅଠେଇଶ ଗ୍ରାମକୁ ଯାଇଥିବା ରାସ୍ତାକୁ ବ୍ଳକ ପାଚେରିକୁ ଲାଗି ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ମାତ୍ର ଅଠେଇଶ ଗ୍ରାମ ବାସୀ ମାନେ ଏହାକୁ ଘୋର ବିରୋଧ କରି ଆସୁଥିଲେ । ମାତ୍ର ରାସ୍ତା କାମ ଚାଲିଥିବା ବେଳେ ଚନ୍ଦ୍ରଶେଖର ହୋତା ତାଙ୍କ କୋଠର ଜମି ଉପରେ ରାସ୍ତା କରାଯାଉଛି ବୋଲି ଏକ ଅଭିଯୋଗ କରି ଉଚ୍ଚ ନ୍ୟାଳୟର ଆଶୟ ନେଇଥିଲେ । ଯାହା ଫଳରେକି ରାସ୍ତା କାମ ଅଟକି ରହିଥିଲା । ଏହି ବିବାଦୀୟ ଜମି ଉପରେ ଜଣେ ବ୍ୟକ୍ତି ତାର ବାଡ କରୁଥିବା ଦେଖି ଦେବାଶିଷ ହୋତା, ସ୍ୱରପ କୁମାର ହୋତା ଓ ଉମାଶଙ୍କର ହୋତା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ସେଠାରେ ଶାନ୍ତିଭଙ୍ଗ ହେବା ଆଶଙ୍କା କରି ଥାନା ପକ୍ଷରୁ ତହସିଲଦାରଙ୍କୁ ଏକ ରିର୍ପୋଟ ପ୍ରଦାନ କରାଯାଇଥିଲା । ସେହି ରିର୍ପୋଟ ଅନୁଯାୟୀ ଉକ୍ତ ପ୍ଳଟରେ ୧୪୪ଧାରା ଜାରି ତହସିଲଦାରଙ୍କ ପକ୍ଷରୁ କରାଯାଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ବିବାଦୀୟ ଜମି ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ନୋଟିସ ଜାରି କରିଥିବା ଜଣାପଡିଛି ।
=ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୬/୨୦୨୧---=୯,୧୫ Sakhigopal News, 22/6/2021