ବନ୍ଦ କୋଠରୀ ଭିତରୁ କନିଷ୍ଠ ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଧାର
ଭଞ୍ଜନଗର -- ସ୍ଥାନୀୟ ଥାନା ଅନ୍ତର୍ଗତ ଲଣ୍ଡେଇସାହି ନିକଟ ଏକ ଭଡାଘରୁ ଉଧାର କରିଛି ପୋଲିସ୍ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ୍ୟୁ ଦେହ । ମୃତ ଯୁବତୀ ଜଣକ ଜେ. ଅନୀତା ବୋଲି ଜଣାପଡିଛି ।ମୃତ୍ୟୁ କନିଷ୍ଠ ଯନ୍ତ୍ରୀଙ୍କ ନିଜଘର ବ୍ରହ୍ମପୁର ସହରରେ ହୋଇଥିବା ବେଳେ , ସେ ଭଂଜନଗର ଲଣ୍ଢେଇସାହି ରେ ଭଡ଼ା ରେ ରହୁଥିଲେ । ସୂଚନା ପ୍ରକାରେ , ମୃତ କନିଷ୍ଠଯନ୍ତୀ ଜେ ଅନିତା ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ର କର୍ମଚାରୀ ବୋଲି ଜଣାପଡିଛି । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ମୃତ୍ୟୁ ଜେ, ଅନିତାଙ୍କୁ ବ୍ରହ୍ମପୁର କାର୍ଯ୍ୟଳୟକୁ ବଦଳି ହେଇଯାଇଥିବା ବେଳେ ତାଙ୍କୁ ବଦଳି ଆଦେଶ ଅନୁମତି ନ ମିଳିବାରୁ ଏପରି ଘଟଣା ଘଟିଥାଏ ବେଲି ସନ୍ଦେହ କରାଯାଉଛି। ଏକାକୀ ରହୁଥିବା ଭଡ଼ାଘରେ ଦୁଇଦିନ ଧରି ଘରର କବାଟ ବନ୍ଦରହିବା ଏବଂ ଦୁର୍ଗନ୍ଧ ବାହାରିବାରୁ , ସ୍ଥାନୀୟ ଲୋକେ ପୋଲିସ ରେ ଖବର ଦେଇଥିଲେ । ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇ ଙ୍କ ଉପସ୍ଥିତି ରେ ପୋଲିସ , ଉକ୍ତ ଘରର ତାଲା ଭାଙ୍ଗି ମୃତଦେହ କୁ ଉଧାର କରିଥିଲା । ଏ ସଂକ୍ରାନ୍ତରେ ଭଂଜନଗର ପୋଲିସ ୨୧/୨୧ରେଏକ ଅପମୃତ୍ୟୁ ମାମଲା ରୁଜୁ କରି , ଘଟଣାର ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୬/୨୦୨୧----୭,୧୦ ,,
Sakhigopal News,25/6/2021