Breaking News

ସତ୍ୟବାଦୀରେ ବିଜୁ ଜନତା ଦଳ ପକ୍ଷରୁ ମେଗା ରକ୍ତ ଦାନ ଶିବିର


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସତ୍ୟବାଦୀ ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।  ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ,ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଯୋଗ ଦେଇ  ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ  ଓ ଧୁପ, ଦୀପ ଦେଇ  ରକ୍ତଦାନ ଶିବିରଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ରାଜ୍ୟ ଯୁବ ଉପସଭାପତି ତଥା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷିସ ଖୁଣ୍ଟିଆ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା,ସତ୍ୟବାଦୀ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ଯମୁନା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ୧୦୪ ଜଣ ଯୁବକ, ପୁରୁଷ ଓ ମହିଳା ମାନେ ରକ୍ତ ଦାନ କରିଥିଲେ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରର ରକ୍ତ ଭଣ୍ଡାରର ଡ. ଦୀପକ ସାହୁ ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ  ।  ବିଶେଷ କରି ରାଜ୍ୟରେ ମହାମାରୀ କରୋନା ଯୋଗୁ  ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯେପରି ଜଣେ ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରନ୍ତି ସେଥିପ୍ରତି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହନ୍ତି  । ସ୍ୱେଚ୍ଛାସେବୀ ଶଙ୍କର ପ୍ରଧାନ, ସୁନିଲ ପଣ୍ଡା, ସୁବାଷ ପ୍ରଧାନ, ସୁରେଶ କୁମାର ସାହୁ, ପ୍ରଶାନ୍ତ ମହାପାତ୍ର, ଜଳନ୍ଦର ସେଠୀ ଙ୍କ ସହିତ ଜନପ୍ରତିନିଧ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ରକ୍ତଦାନ କରିଥିବା ବ୍ୟକ୍ତି ମାନଙ୍କୁ  ମାନପତ୍ର ସହ ବ୍ଳଡ ଗ୍ରୁଫର ପ୍ରମାଣପତ୍ର ପ୍ରଦାନ କରାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୧----୫,୦୦=  Sakhigopal News, 30/6/2021

Blog Archive

Popular Posts