ସତ୍ୟବାଦୀରେ ପରିବର୍ତ୍ତନ ହେଲା ଟୀକା କେନ୍ଦ୍ର
ସାକ୍ଷୀଗୋପାଳ----ସତ୍ୟବାଦୀରେ କରୋନା ଟୀକା ନେବା ପଛୁଆ ହୋଇଯାଇଛି । ଗୋଟିଏ ପଟେ ସଚେତନତା ଅଭାବ । ଅନ୍ୟ ପକ୍ଷେ ବହୁ ଦୁର ଟୀକା କେନ୍ଦ୍ର ହେଉଥିବାରୁ ଲୋକମାନେ ଟୀକା ନେବାକୁ ପଛାଉଛନ୍ତି ।ଏହାକୁ ନଜର କରି ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଟୀକା କେନ୍ଦ୍ର କରୁଛନ୍ତି । ଯାହା ଫଳରେକି ୪୫ ବର୍ଷରୁ ଅଧିକ ବ୍ୟକ୍ତି ପ୍ରଥମ ଡୋଜ ଟୀକା ନେଇ ପାରିବେ । ଏଥିଯୋଗୁ ଆଳିଶ ଗ୍ରାମ ପଞ୍ଚାୟତର ଚୁରାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧ଶହ, ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧ଶହ, ପେଣ୍ଠପଡା ପଞ୍ଚାୟତର କାଞ୍ଜିଆ ଅଙ୍ଗନୱାଡି କେନ୍ଦ୍ରରେ ୧ଶହ ଓ ମୂଳଅଳସା ପଞ୍ଚାୟତର ତେନ୍ତୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧ଶହ ଜଣଙ୍କୁ ଟୀକା ଦେବା ପାଇଁ ସ୍ଥିର କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ =ଧୀରେନ୍ଦ୍ର ସେନାପତି, 17/6/2021---- 9,30
Sakhigopal News, 17/6/2021