ଭର୍ଚ୍ଚୁଆଲ ମାଧ୍ୟମରେ ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକ ଶେଷ
ସାକ୍ଷୀଗୋପ।।ଳ----- ସତ୍ୟବାଦୀରେ ଏବେ କରୋନା ଉପରମୁହାଁ ରହିଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସତ୍ୟବାଦୀ ବ୍ଳକର ଭର୍ଚ୍ଚୁଆଲ ମାଧ୍ଯମରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକଟିକୁ ପରିଚାଳନା କରିଥିଲେ । ଜିପିଓ ମଣ୍ଟୁ ସ୍ୱାଇଁ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଏହାକୁ ଉପସ୍ଥିତ ଥିବା ସରପଞ୍ଚ, ସମିତିସଭ୍ୟସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଦୃଢ଼ିକରଣ କରାଯାଇଥିଲା । ବିଶେଷ କରି କରୋନା ସଚେତନତା ଓ ଆବାସ ଯୋଜନା, ଫନି ସହାୟତା, ସହିତ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି, ୨୪/୬/୨୦୨୧--- ୮,୪୦, Sakhigopal News, 24/6/2021