Breaking News

୧୦ ଶ୍ରେଣୀ ଛାତ୍ର ର ଆତ୍ମହତ୍ୟା

   
  ଭଞ୍ଜନଗର--  ୧୦ମ ପରୀକ୍ଷାରେ କମ ନମ୍ବର ଥିବା ଫଳ ପ୍ରକାଶ ପାଇବାର କିଛି ସମୟ ପରେ ବେକରେ ରସି ଲଗାଇ ଛାତ୍ର ର ଆତ୍ମହତ୍ୟା କରିଛି। ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସନ୍ଧିପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ଛାତ୍ର ଆଶାରାମ ସ୍ବାଇଁ । ଗାଙ୍ଗପୁର ଥାନା ପୋଲିସ ର ସୂଚନା ପ୍ରକାରେ  ଶୁକ୍ରବାର ଅପରାହ୍ନରେ ମେଟ୍ରିକ୍ ଫଳ ପ୍ରକାଶ ପାଇଥିଲା । କମ ନମ୍ବର ରଖିଥିବାରୁ ଛାତ୍ର ଜଣକ ଘର ପଛପଟ ଶୁବୁଳିଆ କେନାଲ ନିକଟ ଏକ ଆମ୍ବଗଛ ରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ଲୋକେ ଏହା ଜାଣିବା ପରେ  ତାଙ୍କ ପରିବାର ଲୋକେ ଓ ପୋଲିସ ରେ ଖବର ଦେଇଥିଲେ।   ଏନେଇ ଥାନା ରେ ଏତଲା ପରେ ଥାନା କେଶ୍ ନମ୍ବର ୧୧/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ଅନ୍ୟପକ୍ଷରେ ଥାନାଧିକାରୀ ଧିରେଶ କୁମାର ଦାସ ଙ୍କ ସୂଚନା ପ୍ରକାରେ , ଛାତ୍ର ଜଣକ ମେଟ୍ରିକ୍ ପରୀକ୍ଷା ରେ ୩୧୨ ମାର୍କ ରଖିଥିବା ବେଳେ  ମାନସିକ ଭାରସାମ୍ୟ ହରାଇ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଇଛି । ମୃତ ଦେହକୁ ଭଂଜନଗର ମେଡିକାଲ ରେ ବ୍ୟବଛେଦ ପରେ , ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଛାତ୍ର ର ଏଭଳି ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ୨୭/୬/୨୦୨୧---୧୨,୪୦ Sakhigopal News,27/6/2021

Blog Archive

Popular Posts