Breaking News

ଦାରୁଦିଅଁଙ୍କର ସେନାପଟା ଓ ବାହୁଟ ସେବା ପାଇଁ ବଉଳବୃକ୍ଷ ଚିହ୍ନଟ

 


 ସାକ୍ଷୀଗୋପାଳ----- ଶ୍ରୀ ଜଗନ୍ନାଥ ଓ ବଡଠାକୁର ଙ୍କ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗଲାଗିରେ ସେନାପଟା ଓ ବାହୁଟ ଗୁପ୍ତସେବା ନିମନ୍ତେ ଆବଶ୍ୟକ ବଉଳ ବୃକ୍ଷର କାଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ  ସାରୁଗାଡିଆ ସ୍ଥିତ ବକୁଳବନରେ ଚିହ୍ନଟ କରାଯାଇଛି । ରଥ ନିର୍ମାଣ ସୁପରଭାଇଜର ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇ ସେବକ ରବି ଭୋଇ, ଧୁର୍ବ ଚରଣ  ଭୋଇ  ବଉଳ ଗଛ ମାପଚୁପ କରିବା ପରେ ଠାକୁରଙ୍କ ସେବା ପାଇଁ ବୃକ୍ଷଟିକୁ ଚୟନ କରିଥିଲେ । ଆବଶ୍ୟକ ୬ ହାତ ଲମ୍ବ ଓ ଦେଢ ହାତ ଗୋଲେଇର ୩ ଖଣ୍ଡ କାଠ ସଂଗ୍ରହ କରାଯିବ ବୋଲି ରଥ ନିର୍ମାଣ ସୁପରଭାଇଜର ଶ୍ରୀ ମେକାପ କହିଥିଲେ  ।  ସତ୍ୟବାଦୀ , ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ସାକ୍ଷୀଗୋପାଳ ମନ୍ଦିର କର୍ଯ୍ୟନିବାହୀ ଅଧିକାରୀ ବସନ୍ତ ପ୍ରଧାନ, ଅମିନ ସୁବାଷ ଚନ୍ଦ୍ର ଗଜେନ୍ଦ୍ରଙ୍କ ସହିତ ସତ୍ୟବାଦୀ ସଂସ୍କୃତି ସୁରକ୍ଷାର ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର , ସାମାଜିକ କର୍ମୀ ଣଙ୍କର  ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।   ଜୁନ ୨୧ତାରିଖ ନିର୍ଜଳା ଏକାଦଶୀ ତିଥିରେ ପୂଜାର୍ଚ୍ଚନା କରାଯାଇ ବୃକ୍ଷ ଛେଦନ କରାଯିବା ସଙ୍ଗେସଙ୍ଗେ ଆଧ୍ୟାତ୍ମିକ ସମାରୋହରେ ବକୁଳବନରୁ ଶ୍ରୀକ୍ଷେତ୍ର ଅଭିମୁଖେ କାଠ ଶଗଡିକୁ ମେଲାଣି ଦିଆଯିବାର କାର୍ଯ୍ୟକ୍ରମ  ରହିଛି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୬/୨୨୧---=୪,୫୫ 

  Sakhigopal News , 18/6/2021

Blog Archive

Popular Posts