ଯୁବ ସାମ୍ବାଦିକ ଦିପକଙ୍କ ଅକାଳ ବିୟୋଗରେ ପ୍ରଭାତ କ୍ଲବର ଶୋକସଭା
ଡେଲାଙ୍ଗ ----- ଡେଲାଙ୍ଗ ଓ କଣାସ ବ୍ଲକର ଯୁବ ସାମ୍ବାଦିକ ଦୀପକ ମିଶ୍ର(୩୭)ଙ୍କ ଅକାଳ ବିୟୋଗ ରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ ପକ୍ଷରୁ ଶୋକ ସଭା ପାଳିତ ହୋଇଯାଇଛି । କୋଭିଡ୍ ନିୟମନୁଯାଇ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ଦିବଙ୍ଗତ ଯୁବ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦିପକ ଜଣେ ମେଳାପି,ମିଷ୍ଟଭାଷି,ପରୋପକାରୀ,ବନ୍ଧୁବତ୍ସଳ ଓ ସରଳ ହୃଦୟ ଯୁବକଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ଡେଲାଙ୍ଗ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଡେଲାଙ୍ଗ ଅଞ୍ଚଳ ଜଣେ ଯୁବ ସାମ୍ବାଦିକକୁ ହରାଇଛି ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଏଥିରେ କ୍ଲବର ଉପଦେଷ୍ଠା ପ୍ରଦୀପ୍ତ କୁମାର ସ୍ୱାଇଁ ସମ୍ପାଦକ ପଦ୍ମନାଭ ବରାଳ,ସହସମ୍ପାଦକ ବ୍ରହ୍ମାନନ୍ଦ ପରିଡା,କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ସଭ୍ୟ ରତ୍ନାକର ଜେନା,ଗଣେଷ ସ୍ୱାଇଁ,ଗର୍ଦ୍ଧବ ପ୍ରଧାନ,ପ୍ରତାପ ଚନ୍ଦ୍ର ଦାଶ,ପୁର୍ଣ୍ଣ ଚନ୍ଦ୍ର ପରିଡା ,ହୃଷିକେଶ ମହାରଣା ,ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ,ପ୍ରଶାନ୍ତ ଦାଶ ଓ ଅନନ୍ତ ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ଦିବଙ୍ଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୧--୫,୧୫