ସତ୍ୟବାଦୀରେ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ନୀତି ନିଘଣ୍ଟ
ସାକ୍ଷୀଗୋପାଳ-----ସତ୍ୟବାଦୀ ବକୁଳବନ ସ୍ଥିତ ସିଦ୍ଧବଳରାମଙ୍କ ପୀଠର ସେବସ୍ନାନ ପୂର୍ଣ୍ଣମୀ ପାଳନ ପାଇଁ ଦେବନୀତି ନିଘଣ୍ଟ କରାଯାଇଛି । ପ୍ରତିଦିନ ପରି ଠାକୁରଙ୍କ ନୀତିକାନ୍ତି କରାଯିବା ପରେ ଚକାଛଡା ଖେଚୁଡି ଭୋଗ କରାଯିବାପରେ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରାଯିବ । ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର, ଫୁଲ, ତୁଳସୀ ଦୀପ, ଧୂପ ପରେ ଭୋଗ କରାଯିବ । ସଂଧ୍ୟାରେ ଅଣସର ଘରକୁ ବିଜେ କରିବେ ଠାକୁର । ଅଠେଇଶ ଗ୍ରାମରେ ପୂଜା ପାଉଥିବା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦେବସ୍ନାନ ପୂର୍ଣ୍ଣମୀ ନୀତି ପାଳନ ପାଇଁ ନୀତି ନିଘଣ୍ଟ ହୋଇଯାଇଛି । ସକାଳେ ଦ୍ୱାର ଫ=ିଟା ହେବା ପରେ ଅବକାଶ, ମଇଲମ, ତଡପ ପରେ ଆଳତୀ କରାଯିବ । ସକାଳ ୭.୩୦ରେ ଠାକୁରଙ୍କୁ ସୁବାସିତ ଜଳରେ ସ୍ନାନ କାର୍ଯ୍ୟ ଆରମ୍ଭ କରାଯିବ । ପରେ ନୂତନ ବସ୍ତ୍ର ଲାଗି, ‘ଫୁଲ, ତୁଳସୀ ମାଳ, ଅଳଙ୍କାର ଲାଗି କରାଯିବ । ଉପଚାର, ଦ୍ୱାରପାଳ ପୂଜା, ଭଲ୍ଲଭ କରାଯିବାପରେ ଅପରାହ୍ନରେ ଅନ୍ନଭୋଗ । ସନ୍ଧ୍ୟାରେ ଆଳତୀ, ତାଟିଭିଡା ଭୋଗ ପରେ ପଟ୍ଟଦିଅଁ ପ୍ରତିଷ୍ଠା, ଅଣସର ଭୋଗ କରାଯିବ । ସେହିପରି ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ପତିତପାବନ ପୀଠରେ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୬/୨୦୨୧---୮,୩୫