Breaking News

ସଂକ୍ରିଡା ପେକ୍ସ ର ସମ୍ପାଦକ ଜୟଦେବ ଭୋଇଙ୍କ ଅବସର କାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ


 ଭେଡେନ-----ସଂକ୍ରିଡା ପେକ୍ସ ର ସମ୍ପାଦକ ଜୟଦେବ ଭୋଇଙ୍କ ଅବସର କାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କୋବିଡ ୧୯ ନିୟମ ଅନୁସାରେ ପାଳିତ ହୋଇଯାଇଛି।  ମୁଖ୍ୟ  ଅତିଥି ଭାବେ  ପୂର୍ବତନ ପେକ୍ସର ସଭାପତି ସତ୍ୟଜିତ ପୁରୋହିତ ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଡାଇରେକ୍ଟର ରାମକୃଷ୍ଣ ସିନପିନୀ ଯୋଗଦେଇଥିଲେ ।  ସମ୍ପାଦକ ଜୟଦେବ ଭୋଇ ଦୀର୍ଘ ୩୯ ବର୍ଷ ଚାକିରି କାଳ ମଧ୍ୟରେ ପ୍ରଥମେ ପେକ୍ସ କର୍ମଚାରୀ ଭାବେ ଯୋଗଦେଇ ପରେ ସମ୍ପାଦକ ପଦକୁ ପଦୋନ୍ନତି ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ପେକ୍ସର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି। ତାଙ୍କର କାର୍ଯ୍ୟଦକ୍ଷତା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପୂର୍ବତନ ସଂକ୍ରିଡା ପେକ୍ସ ସଭାପତି ସତ୍ୟଜିତ ପୁରୋହିତ କହିଥିଲେ। ଏହି ସମୟରେ ସଂକ୍ରିଡା ପେକ୍ସ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଶ୍ରୀ ଭୋଇଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଆଦର୍ଶ ହୋଇ ରହିବ ବୋଲି କର୍ମଚାରୀ ମାନେ ମତପ୍ରକାଶ କରିଥିଲେ। ପରିଶେଷରେ ବର୍ତ୍ତମାନ ର ପେକ୍ସର ସମ୍ପାଦକ  ସୁବାଷ ଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ସଂକ୍ରିଡା ପେକ୍ସ ର ପ୍ରଶାସକ ଦୁର୍ଗା ପ୍ରସାଦ ଛୁରିଆ ଫୋନ୍ ଯୋଗେ ଜୟଦେବ ଭୋଇଙ୍କୁ  ଅବସର ପରେ ନିରୋଗ ସୁସ୍ଥ ଦୀର୍ଘାୟୁ କମନା କରିଥିଲେ। 
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୬/୨୦୨୧----୮,୪୦, Sakhigopal News,30/6/2021

Blog Archive

Popular Posts