Breaking News

ଗାଁ କଲ୍ଯାଣ ସମିତି ମାଧ୍ୟମରେ କରୋନା ସଚେତନତା



ବରଗଡ଼:-ଓଡିଶାରାଜ୍ୟ ରୁ ମହାମାରୀ କରୋନା କୁ ବିଲୁପ୍ତ କରିବା ନେଇ ରାଜ୍ୟସରକାରଙ୍କ ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ  ଚାଲିଛି lଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ରେ ଯାଉଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ବୁକୁରାମୁଣ୍ଡା ରେ ନିୟୋଜିତ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ଙ୍କ ତତ୍ବାବଧାନରେ ଲହଙ୍ଗୀର ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବିରାଟ ସଚେତନତା ରାଲି ର ଆୟୋଜନ କରାଯାଇଥିଲା । ଅତିଥିଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ବ୍ଳକ ପ୍ରୋଗ୍ରାମିଙ୍ଗ ଅଫିସର ଶ୍ରୀ ରେବତୀ ମୋହନ ଜେନା,ପି.ଏଚ.ଇ.ଓ ଶ୍ରୀଯୁକ୍ତ ତୁଷକୁମାର ଚନ୍ଦ୍ରକାର ଏବଂ ପାଇକମାଳ ବ୍ଳକ ର ବରିଷ୍ଠ ସାମ୍ବାଦିକ  ସୁରଥ କୁମାର ସାହୁ ଯୋଗଦେଇଥିଲେ ।
ଗାଁ କଲ୍ୟାଣ ସମିତି ର ସଭ୍ୟ ସଭ୍ୟା, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ର କର୍ମକର୍ତ୍ତା ଙ୍କୁ ନେଇ ସଚେତନତା ରାଲି ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ବାହାରି ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନତା ର ବାର୍ତ୍ତା ମେଗା ଫୋନ ଜରିଆରେ ଶୁଣାଇଥିଲେ । ଶେଷରେ ଗାଁ ରେ କାର୍ଯ୍ୟରତ ଆଶାକର୍ମୀ  ବିଳାସିନୀ ପାତ୍ର ରାଲି ପରେ ମାଆ ମାନଙ୍କୁ ହାତ ଧୂଆପଦ୍ଧତି କେମିତି କରିବେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ସରକାର ଙ୍କ ପକ୍ଷରୁ ଦିଆଯାଉଥିବା କରୋନା ପ୍ରତିଷେଧ ଟୀକା ସମସ୍ତେ ନେବାକୁ ଶ୍ରୀମତୀ ଦାଶ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଶେଷରେ ଅତିଥି ଗଣ ଜନସାଧାରଣ ଙ୍କୁ ମାକ୍ସ ସଦାସର୍ବଦା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ମାଗଣା ରେ ମାକ୍ସ ବଣ୍ଟନ କରାଯାଇଥିଲା । ଏ ଅବସର ରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ  ଅଁଏଲାବତୀ ପ୍ରଧାନ, ଧରିତ୍ରୀ ଦେବୀ ସାହୁ, ସହାୟିକା ସବିତା ବାରିକ,ଯମୁନା ବାଗ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ନିଉଜ୍
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୬/୬/୨୦୨୧----୧୧,୪୫
 Sakhigopal News, 26/6/2021

Blog Archive

Popular Posts