ରାସ୍ତାରୋକ ପରେ ସମବାୟ ସମିତିର ସମ୍ପାଦକ ନିଲମ୍ବିତ ଜିଲ୍ଲାପାଳ କଲେ
ଡେଲାଙ୍ଗ--- ଧାନ ମଣ୍ଡି ସଠିକ ପରିଚାଳନା ନ କରିବା, ଟୋକୋନ ଅବଧି ଶେଷ ହୋଇଯିବା , ଧାନ ବିକ୍ରୟ ସମୟ=ରେ ଧାନ କାଟଛାଟ ନେବା ଆଦି ଦାବୀରେ ଡେଲାଙ୍ଗ ହାଟ ବଜାର ନିକଟ ଅମାଳଙ୍ଗ ଛକରେ ଚାଷୀ ମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଡେଲାଙ୍ଗ ବ୍ଳକର ପ୍ରଗତି ସମବାୟ ସମିତିର ସମ୍ପାଦକ ବାଙ୍ଗୁ ରାଉତରାୟଙ୍କୁ ନିଲମ୍ବିତ କରିବା ସହ ତାଙ୍କ ସ୍ଥାନରେ ସିଂହବ୍ରହ୍ମପୁର ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନଙ୍କୁ ଦାୟତ୍ୱ ଦିଆଯାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,18/6/2021---7,45.
Sakhigopal News, 18/6/2021