ଜେନାପୁର ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କ ଅବହେଳାରୁ ଗ୍ରାମ ପଞ୍ଚାତରେ ୭୫୦ ଜଣ ଭତ୍ତା ପାଇବାରୁ ବଞ୍ଚିତ
ଡେଲାଙ୍ଗ-----=ରାଜ୍ୟରେ ଦୁତୀୟ ଲହର କୋଭିଡର ପ୍ରାଦୃଭାବ ବଡିବାରେ ଲାଗିଛି । ସରକାର ଲକ ଡାଉନ ଓ ସଟଡାଉନର ସମୟ ସୀମା ବୃଦ୍ଧି କରିଛନ୍ତି । ସରକାର ସାମିଜକ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀ ମାନଙ୍କୁ ୩ମାସର ଅଗ୍ରିମ ଭତ୍ତା ଦେଇଛନ୍ତି । ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ କେତେକ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଅସହଯୋଗ ଓ ଅବହେଳାରୁ ହିତାଧିକାରୀ ମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ଆଜି ବଞ୍ଚିତ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ଜେନାପୁର ଗ୍ରାମ ପଞ୍ଚାୟତରେ ଭତ୍ତା ପାଇନାହାନ୍ତି । ଏସଂକ୍ରାନ୍ତରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଦାସ କୁହନ୍ତି ଜେନାପୁର ପଞ୍ଚାୟତର ପ୍ରାୟ ୭୫୦ ହିତାଧିକାରୀଙ୍କୁ ଅଗ୍ରିମ ୩ମାସର ଭତ୍ତା ଦେବା ପାଇଁ ସରକାରୀ ବ୍ୟବସ୍ଥା ହୋଇଥିଲେ ମଧ୍ୟ ହିତାଧିକାରୀ ଙ୍କୁ ଅର୍ଥ ବଣ୍ଟନ ହୋଇ ପାରିନାହିଁ । ଅନ୍ୟପଟେ ଅଗ୍ରିମ ଭତ୍ତା ବଣ୍ଟନ ନହେବା ବିଷୟରେ ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ ପଚାରିବାରୁ ସେ କୁହନ୍ତି ,ଜେନାପୁର ପଞ୍ଚାୟତର ପ୍ରାୟ ସାତଶହ ପଚାଶ ହିତାଧିକାରୀଙ୍କୁ ୩ମାସର ଅଗ୍ରିମ ଭତ୍ତା ବଣ୍ଟନ କରିବା ପାଇଁ ଚେକ୍ ଇସୁ କରାଯାଇଥିଲେ ସୁଧା ଜେନାପୁର ଗ୍ରାମ ପଞ୍ଚାୟତର ସରପଞ୍ଚବ୍ଲକ ପ୍ରଶାସନ ପାଖରୁ ଚେକ୍ ନେବା ପାଇଁ ସହଯୋଗ କରୁନାହଁନ୍ତି । ଫଳରେ ସରପଞ୍ଚଙ୍କ ଅବହେଳାରୁ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଥିଲେ । ଏହି ଘଟଣାର ସମାଧାନ ପାଇଁ ବ୍ଲକ କର୍ମଚାରୀଙ୍କ ସହ ପୁର୍ବତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା ସରପଞ୍ଚଙ୍କ ବାସଭବନକୁ ଯାଇଥିଲା ବେଳେ ଉଦ୍ଦେଶ୍ୟ ମୁଳକ ଭାବେ ସରପଞ୍ଚ ଅନୁପସ୍ଥିତ ରହି ତାଙ୍କ ପରିବାର ଲୋକେ ବ୍ଲକ କର୍ମଚାରୀ ମାନଙ୍କୁ ତାଙ୍କ ପରିବାର ଲୋକେ ଦୃବ୍ୟବହାର କରିଥିବା ନେଇ ବିଡିଓ ସୁଚନା ଦେଇଛନ୍ତି । ତେବେ ତୁରନ୍ତ ସମସ୍ୟାର ସମାଧାନ କରି ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିବା ଦିଗରେ ପଦକ୍ଷେପ ଗ୍ରହଣ ନକଲେ ସରପଞ୍ଚଙ୍କ ବିରୁଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ବିଡିଓ ଶ୍ରୀଷଡଙ୍ଗୀ କହିଛନ୍ତି । ଅନ୍ୟ ପକ୍ଷେ ଶୁଣିବାକୁ ମିଳୁଛି ଯେ ପଞ୍ଚାୟତର କେତେକ କାମ ସରପଞ୍ଚ ତାଙ୍କ ସମର୍ଥକ ମାନେ କାମ କରିଥିଲେ । ମାତ୍ର ପଞ୍ଚାୟତ ଅଧିକାରୀ ସେ କାମ ଟଙ୍କା ଉଠାଇ ନେଇଛନ୍ତି । ଯାହାକୁ ନେଇ ସରପଞ୍ଚ ସେହି ରାଗରେ ଏହି ଚେକ ଆଣୁନାହାନ୍ତି ବୋଲି ଜଣାପଡିଛି । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୧--୧୦,୦୦
Sakhigopal News, 19/6/2021