Breaking News

ଦିତୀୟ ସ୍ତ୍ରୀର ତଣ୍ଟି କାଟିଦେଇ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ

 


ଜଟଣୀ---- ପିପିଲି ନିକଟସ୍ଥ ମଠସାହୀ ଅଞ୍ଚଳର ଶୁକାନ୍ତ ମଲିକ(୫୦) କିଛିଦିନ ପୁର୍ବେ ଜଟଣୀ ପୈାରପରିଷଦ ୱାର୍ଡନଂ ୧୦ର ପାଇକରାୟପୁରରେ ସପରିବାର ସହିତ ରହୁଥିଲା । ଗତ ୧୨ବର୍ଷ ପୁର୍ବେ ଭୂବନେଶ୍ୱର ବମିଖାଲ ଅଞ୍ଚ=ଳରେ ରହୁଥିବା ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ମଝିଆ ଝିଅ ପୂଜାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ପରେ ପୂଜାର ପରିବାର ଲୋକମାନଙ୍କୁ ମିଛ କହି ପୂଜାକୁ ବୈଦିକ ପ୍ରଥାରେ ବିବାହ କରିଥିଲା । ବିବାହପରେ ଶୁକାନ୍ତର ପୁର୍ବରୁ ଏକ ସ୍ତ୍ରୀ ରହିଥିବା ଜାଣି ପୂଜା ଏହାକୁ ବିରୋଧ କରିଆସୁଥିଲା । ଏହା ସହିତ ଶୁକାନ୍ତର ଦ୍ୱିତୀୟ ସ୍ତ୍ରୀ ପୂଜାର ଔରସରୁ ୨ଟି କନ୍ୟା ସନ୍ତାନ ମଧ୍ୟ ଜନ୍ମଲାଭ କରିଥିଲେ । କାଳକ୍ରମେ ଅଭାବଅନଟନ ଦେଖାଦେବା ସହିତ ପରିବାର ଚଳିବା ଅସମ୍ଭବ ହୋଇଥିଲା । ଫଳରେ ଶୁକାନ୍ତ ଏକ ଅଟୋ କିଣିବାକୁ ମନସ୍ଥକରି ଋଣରେ ଏକ ଅଟୋ କିଣିଥିଲା । ଏହା ବାବଦକୁ ମାସିକକିସ୍ତିର ବୋଝ ଲଦିହୋଇଯାଇଥିଲା ଶୁକାନ୍ତ ଉପରେ । ତେଣୁ ବିଭିନ୍ନ ସମୟରେ ଋଣ ସୁଝିବାଲାଗି ପୂଜାଙ୍କୁ ବାପଘରୁ ଟଙ୍କା ଆଣିବାକୁ କହିଥାଏ । ଅନେକଥର ଟଙ୍କା ଆଣିବାପରେ ମଧ୍ୟ ସେତିକିରେ ଶୁକାନ୍ତ ସନ୍ତୁଷ୍ଟ ନଥିଲା । ଆଣିବାପରେ ପୂଜାଙ୍କୁ ମାରପିଟ କରିଥାଏ । ଏଥି ସହିତ ବିଭିନ୍ନ ସମୟରେ ସ୍ତ୍ରୀର ଚରିତ୍ର ଉପରେ ଆକ୍ଷେପ କରି ଲୋକଲୋଚନରେ ଆଲୋଚନା କରି ଅପମାନିତ କରିଥାଏ ବୋଲି ପୂଜାର ବାପା ଅନ୍ତର୍ଯ୍ୟାମୀ କହିଛନ୍ତି । ତେଣୁ ଏଥିରେ ବିବ୍ରତହୋଇ ପୂଜା ବାରମ୍ବାର ବାପଘରକୁ ପଳାଇଥାନ୍ତି । ତେଣୁ ଶୁକାନ୍ତ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ଜଣେ ଆଇନଜିବୀଙ୍କ ମଧ୍ୟସ୍ଥରେ ପୂଜାଙ୍କୁ  ଘରକୁ ଆଣିଥିଲା  । ମାତ୍ର ଗୁରୁବାର ସଂଧ୍ୟାରେ ଋଣ ଟଙ୍କା ସୁଝିବାକୁ ନେଇ ଶୁକାନ୍ତ ଏବଂ ପୂଜା ମଧ୍ୟରେ ଝଗଡା ହୋଇଥିଲା । ଏନେଇ ପୂଜା ବାପାଙ୍କ ନିକଟକୁ ଫୋନକରି ଆସିବାକୁ କହିଥିଲେ । ତେଣୁ ବାପା ଅନ୍ତର୍ଯ୍ୟାମୀ ସକାଳୁ ଯାଇ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ବାପା ଆସି ଝଗଡା ସମାଧାନ କରିବାପୁର୍ବରୁ ପତ୍ନୀହନ୍ତା ଶୁକାନ୍ତ ଦ୍ୱିତୀୟ ସ୍ତ୍ରୀ ପୂଜାଙ୍କୁ ଏକଧାରୁଆ ଛୁରୀରେ ତଣ୍ଟିକାଟି ହତ୍ୟା କରିଦେଇଥିଲା । ପୂଜା ଶୁକ୍ରବାର ସକାଳୁ ଗାଧୋଇବାକୁ ଯାଉଥିବା ବେଳେ ଉପସ୍ଥିତଥିବା ଦୁଇ ସନ୍ତାନଙ୍କ ସମୁଖରେ ପୂଜାଙ୍କୁ ରହୁଥିବା ଘରେ ତଳେ ପକାଇ ତାଙ୍କା ତଣ୍ଟି=କୁ ଏକଧାରୁଆ ଛୁରୀରେ କାଟିଦେଇଥିଲା । ଘଟଣାସ୍ଥଳରେ ପ୍ରଚୁର ରକ୍ତଶ୍ରାବ ହେବାସହିତ ମୃତ୍ୟୁବରଣ କରିଥିଲେ ପୂଜା = । ଅନ୍ୟପଟେ ଶୁକାନ୍ତ ହତ୍ୟାକରିବାପରେ ଜଟଣୀଥାନାରେ ଆତ୍ମସମର୍ପଣ କରିଥିଲା । ତେବେ ଏନେଇ ପୁଲିସ ଶବଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଶୁକାନ୍ତକୁ ପଚରାଉଚରା କରିଛି । ଏନେଇ ପୂଜାଙ୍କ ବାପା ଅନ୍ତର୍ଯ୍ୟାମୀ ଜଟଣୀଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି  ଘଟଣାସ୍ଥଳରେ ସାଇଣ୍ଟି=ଫିକ ଟିମ ଆସି ତଦନ୍ତ କରିଫେରିଛି । ଅନ୍ୟପଟେ ଘରେ ୧୦ ଓ ୬ବର୍ଷର ଦୁଇଟି ଶିଶୁକନ୍ୟା ଅସହାୟଅବସ୍ଥାରେ ମାକୁ ଝୁରି ଝୁରି ବିକଳ ହୋଇ କାନ୍ଦୁଥିବା ଦୃଶ୍ୟ ସାଧାରଣରେ ବିସ୍ମିତ କରିଛି । ଆଜିର ଏହି ଅଭାବନୀୟ ଘଟଣା ଜଟଣୀରେ ଚର୍ଚ୍ଚାର ବିଷୟ ପାଲଟିଛିା । ଆଜି ସମସ୍ତ ତଦନ୍ତପରେ ଶନିବାର ମାମଲାରୁଜୁ ଏବଂ କୋର୍ଟଚାଲାଣ କରାଯିବ ବୋଲି ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି ।  ଜଟଣୀରୁ ରଙ୍ଗନାଥ ବେହେରା, ୨୫/୬/୨୦୨୧---୯,୨୦= Sakhigopal News, 25/6/2021


Blog Archive

Popular Posts