Breaking News

ସତ୍ୟବାଦୀରେ ଭାମ୍ୟମାଣ ଟୀକା କେନ୍ଦ୍ର

 ସାକ୍ଷୀଗୋପାଳ------ସତ୍ୟବାଦୀରେ କରୋନା ଟୀକା କିପରି ସଫଳ ହେବ ସେଥିନେଇ ଏବେ ଆରମ୍ଭ ହୋଇଛି ପ୍ରଶାସନ ପକ୍ଷରୁ ଭାମ୍ୟମାଣ ଟୀକା କେନ୍ଦ୍ର କରାଯାଇଛି ।  ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ବିଭିନ୍ନ ସ୍ଥାନରେ ଟୀକା କେନ୍ଦ୍ର କରାଯାଉଛି । ୪୫ ବର୍ଷରୁ ଅଧିକ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ରଥମ ଟୀକା କରଣ କରାଯିବା ସହ ପ୍ରଥମ ଟୀକା ନେଇଥବା ୮୪ ଦିନ ହୋଇଥିଲେ ଦ୍ୱିତୀୟ ଡୋଜ ଟୀକା କରଣ କରାଯାଉଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର  ଦାସବିଦ୍ୟାଧରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫୦ ଜଣ, ବିଲିପଡା ପ୍ରାଥମିକ ବିଦ୍ୟାଳୟ , ରାୟଖଣ୍ଡିରେ୧୫୦, ପାଣିଛତ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମହୁରା ୧୫୦ ଜଣ  ଓ  ଅହମଦପୁର ପ୍ରାଥମିକ ବିଦ୍ୟାଳୟ ପେଣ୍ଠପଡାରେ ୧୫୦  ଜଣଙ୍କୁ ଟୀକା ଦେବା ପାଇଁ ସ୍ଥିର କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୧---୮.୫୦  Sakhigopal News, 20/6/2021

Blog Archive

Popular Posts