Breaking News

ସୁନା ଅଳଙ୍କାର ସଫେଇ ବାହାନାରେ ଠକେଇ , ୩ ଛତିଶଗଡ଼ ମହିଳା ଗିରଫ


  ଭଞ୍ଜନଗର--- ଏବେ ଗାଁ ଗଣ୍ଡା ରେ ଚକ୍କର କାଟୁଛନ୍ତି ଛତିଶଗଡ଼ର ମହିଳା । ଯେଉଁମାନେ କି ଚୁଡି ବିକ୍ରି କରିବା ବାହାନାରେ , କଥା ଛଳରେ ସୁନା ଅଳଙ୍କାର ସଫେଇ କରିବାକୁ ମହିଳା ଙ୍କୁ ପ୍ରବର୍ତ୍ତାଇ , ଅସଲି ସୁନା କୁ ହାତସଫେଇ କରି ନକଲି ସୁନା ଦେଇ ଚମ୍ପଟ ମାରୁଛନ୍ତି । ଏମିତି ଏକ ଘଟଣା ଘଟିଛି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ । ଏହି ଗାଁ କୁ ଛତିଶଗଡ଼ ଅଞ୍ଚଳର ୩ ଜଣ ମହିଳା  ଚୁଡି ବିକ୍ରି କରିବାକୁ ଆସିଥିଲେ । ଜନୈକ ମହିଳା ଙ୍କ ଖାସୁ ସୁନାମାଳି ସଫା କରିଦେବାକୁ କହିଥିଲେ । ସେମାନଙ୍କ କଥାରେ ମହିଳା ଜଣକ ରାଜି ହୋଇଗଲେ । ଏହି ସମୟରେ ଛତିଶଗଡ଼ର ୩ ମହିଳା  ନକଲି ସୁନା ହାର ଦେଇ ଖସି ପଳାଇ ଯାଉଥିବା ସମୟରେ  ଗ୍ରାମବାସୀ ସେମାନଙ୍କୁ ଧରିନେଇ ବେଲଗୁଣ୍ଠା ପୋଲିସ ରେ ଜିମା ଦେଇଥିଲେ । ପୋଲିସ ଏନେଇ  ୧୩୭/୨୧ ରେ ମାମଲା ରୁଜୁ କରିବା ସହ  ଘଟଣାର ତଦନ୍ତ କରି ୩ ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଠକେଇ କରିଥିବା ୨୦ ଗ୍ରାମ ର ସୁନା ଅଳଙ୍କାର ଗିରଫ ମହିଳାଙ୍କ ଠାରୁ ଉଧାର କରିଛି ପୋଲିସ।  ଗିରଫ ମହିଳା ମାନେ ଛତିଶଗଡ଼ , ବେଲରାମପୁର ଜିଲ୍ଲା ର ଦେଉଡି ଗାଁ ର ବୋଲି  ଥାନାଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ , ୧୮/୬/୨୦୨୧----- ୯,୩୦
 Sakhigopal News,18/6/2021

Blog Archive

Popular Posts