Breaking News

ସତ୍ୟବାଦୀ ବ୍ଳକର ୬ଟି ହାଇସ୍କୁଲ ୫ଟି ଯୋଜନାରେ ଅନ୍ତଭୁକ୍ତ ହେଲା


  ସାକ୍ଷୀଗୋପାଳ----- ରାଜ୍ୟ ସରକାର ବେସରକାରୀ ସ୍କୁଲ ପରି ସରକାରୀ ବିଦ୍ୟାଳୟ ଗୁଡିକ କରିବା ପାଇଁ ୫ଟି ଯୋଜନା ଆରମ୍ଭ କରିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ୬ଟି ହାଇସ୍କୁଲ ଏବେ ଏହି ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି । ୬ଟି ହାଇସ୍କୁଲକୁ ମଡେଲ ହାଇସ୍କୁଲ କରିବା ପାଇଁ  ପ୍ରାୟ ୪୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ଜଣାପଡିଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳଏହି ଯୋଜନାରେ ସାମିଲ ହୋଇଛି ।ଏଥିରେ ବିଦ୍ୟାଳୟରେ ଲାଇବ୍ରେରୀ, ବିଜ୍ଞାନଗାର ସହିତ କବାଡି, ଭଲି ଓ ବାସ୍କେଟ ଗ୍ରାଉଣ୍ଡ କରାଯିବାସହ ବିଦ୍ୟାଳୟର ମୁଖ୍ୟ ଗେଟ ନିର୍ମାଣ କରିବା ପାଇଁ ଏକ ନକ୍ସା ପ୍ରସ୍ତୁତି କରାଯାଇଛି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ,  ଏବିଇଓ ଆରତତ୍ତ୍ରାଣ ମିଶ୍ର=ଙ୍କ ସହିତ ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏହି ଆଲେଚନା ସମୟରେ ବିଦ୍ୟାଳୟର ଶିକ୍ଷକଓ ପୁରାତନ ଛାତ୍ର ମାନେ ଉପସ୍ଥିତ ରହିଥିଲେ । ସେହିପରି ଗୁଆଳିଗୋରଡାର ଗୋପବନ୍ଧୁ ଜନ୍ମପୀଠ ଉଚ୍ଚ ବିଦ୍ୟାଳୟ, ଗବକୁଣ୍ଡର ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, ସାରଙ୍ଗଯୋଡି ରାଇଚକ୍ରଧରପୁର ଉଚ୍ଚ ବିଦ୍ୟାଳୟ, ଅଳଗୁମର ଜାଗେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ଶୁକଳ ତୁତୀୟାଦେବ ବିଦ୍ୟାପୀଠ ନିକେତନଏହି ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି । ବିଧାୟକଙ୍କ ପ୍ରଚେଷ୍ଟା ଫଳରେ ୬ଟି ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇପାରିଛି ଏବଂ ବହୁ ଶିଘ୍ର ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବ୍ଳକ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୬/୨୦୨୧---୯,୩୦, Sakhigopal News, 9.30

Blog Archive

Popular Posts