Breaking News

ଜଟଣୀ ପୋଷ୍ଟଅଫିସ ଛକ ସୈାନ୍ଦର୍ଯ୍ୟ କରଣଲାଗି ବିଧାୟକ ଓ ଉପଜିପାଳଙ୍କ ଦ୍ୱାରା ବୃକ୍ଷ ରୋପଣ

=

 ଜଟଣୀ---- ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୧୨ର ପୋଷ୍ଟଅଫିସଛକ ଏବେ ଗୁରୁତ୍ୱପୁର୍ଣ୍ଣ ଓ ମୂଖ୍ୟ ଛକଭାବେ ନିଜର ପରିଚୟ ସୃଷ୍ଟିକରିଛି । ଜଟଣୀ ସହରରୁ ଭୂବନେଶ୍ୱର,ପୁରୀ,ନିମାପଡା,ପିପିଲି  ଇତ୍ୟାଦି ପାଇଁ ଏହା ଏକମାତ୍ର ମୂଖ୍ୟ ରାସ୍ତା ଅଟେ । ତେବେ ଏହାର ଉନ୍ନତିକରଣ ତଥା ବଜାରର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି ।  ଭୂବନେଶ୍ୱର ସବଡିଭିଜନ ଅଧିନ ଜଟଣୀ ସହରର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାଲାଗି ବ୍ୟବସାୟ ସଂଘ ପକ୍ଷରୁ ପ୍ରସ୍ତାବିତ ହୋଇଥିଲା । ମାତ୍ର ଏହାର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାଲାଗି ପୋଷ୍ଟଅଫିସ ଛକ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ ।  ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ପୋଷ୍ଟଅଫିସଛକଠାରେ ବ୍ୟବସାୟୀ ସଂଘର ସଭାପତି ଶ୍ରୀ  ସୁନ୍ଦରାୟ ପରିଚାଳନାରେ ଏହି ବୃକ୍ଷରୋପଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ଉପଜିଲାପାଳ ଦେବବ୍ରତ ସାହୁ, ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ପୈାରଯନ୍ତ୍ରୀ ଦୀପକ କୁମାର ରଥ, ଅନୁରାଧା ପ୍ରଧାନ,ଯୁବ ସମାଜସେବୀ କ୍ୟାପ୍ଟେନ ମନ୍ମଥ ରାଉତରାୟ,ନଗରକଂଗ୍ରେସ  ସଭାପତି ଅଶୋକ ମଙ୍ଗରାଜ,ବିଧାୟକଙ୍କ ସଚିବ ଓ ରାଜନୈତିକ ସଚିବ,ପୁର୍ବତନ କାଉନସିଲର ନୈାସର ଅଲୀ,ଜଟାଧାରୀ ପ୍ରଧାନ,ସୁଲୁ ରଥ,ସଂକେତ ପାଟଶାଣୀ,ସୁବାଷ ମହାପାତ୍ର,ଶରତଚନ୍ଦ୍ର ତ୍ରିପାଠୀ, ଶବର ଦାସ,ଦିଲିପ ପ୍ରଧାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ , ୨୧/୬/୨୦୨୧---୯,୨୫  Sakhigopal News, 21/6/2021


Blog Archive

Popular Posts