Breaking News

ସାଇକେଲ ଦୋକାନୀ ଙ୍କୁ ମାଡମାରି ଲୁଟ୍ ଘଟଣା ରେ. ୩ ଲୁଟେରା ଗିରଫ , ଲୁଟ ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ

 
ଭଞ୍ଜନଗର-- ସାଇକେଲ ପାର୍ଟସ ଦୋକାନ ରେ ପଶି , ଦୋକାନୀ ଙ୍କୁ ମାଡ଼ ମାରି ନଗଦ ୨୦ ହଜାର ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ୩ ଲୁଟେରା ଙ୍କୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ ।  ଗତ ୧୦ ତାରିଖ ରେ ଏହି ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟ ଗୁଡିଆବସା ନିକଟରେ ଲୁଟ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ର ସୂଚନା ପ୍ରକାରେ , ବାଡୁଳା ଗାଁ ର ସଂଜୟ କୁମାର ବିଷୋୟୀ , ନିକଟ ଗୁଡିଆବସା ଛକରେ ସାଇକେଲ ପାର୍ଟି ଦୋକାନ  କରିଛନ୍ତି । ଭାଇ ର ସୁଧିକ୍ରିୟା କାର୍ଯ୍ୟ ପାଇଁ ୨୦ ହଜାର ଟଙ୍କା କରଜ ଆଣି ନିଜ ଦୋକାନରେ  ରଖିଥିବା ବେଳେ  ସେହି ସମୟ ରେ ତିନିଜଣ ଅଜଣା ଦୁର୍ବୃତ୍ତ ଗୋଟିଏ ମୋଟର ସାଇକେଲ ରେ ଆସିଥିଲେ ।  ସଂଜୟ ଙ୍କୁ ମାଡ଼ ମାରି  ନଗଦ ୨୦ ହଜାର ଟଙ୍କା ଓ ଗୋଟିଏ  ସାମସଙ୍ଗ୍ ମୋବାଇଲ ଲୁଟି ନେଇ ଚାଲିଯାଇଥିଲେ । ଏ ନେଇ ସଂଜୟ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିବା ଥିଲେ । ଥାନା କେଶ୍ ନମ୍ବର ୨୪୨/୨୧ ରେ ମାମଲା ରୁଜୁ କରି , ତଦନ୍ତ ଚଳାଇଥିଲା । ତେବେ ତଦନ୍ତ ସମୟରେ  ଏହି ଘଟଣା ରେ ସଂପୃକ୍ତ ଥିବା  ଆସିକା ଥାନା ଅନ୍ତର୍ଗତ ଦନ୍ତାରୀବଗଡ ଗାଁ ର ନାରାୟଣ ବରାଡ , ଗଗନ ବରାଡ ଓ ତପନ ବିଷୋୟୀ କୁ ପଗିରଫ କରିବା ସହ , ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୧୮,୧୧୦ ଟଙ୍କା ଓ ମୋବାଇଲ ଉଧାର କରାଯାଇଥିଲା । ଲୁଟ୍ ରେ ବ୍ୟବହୃତ ବାଇକ୍ ଓ ୨ଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୦/୬/୨୦୨୧। Sakhigopal News,20/6/2021 

Blog Archive

Popular Posts