Breaking News

ପଇତା ଗାଁ ହତ୍ୟାକାଣ୍ଡ ଘଟଣାରେ ୪ଅଭିଯୁକ୍ତ ଗିରଫ ସହ ୩ଠେଙ୍ଗା ଜବତ



 

  ଭଞ୍ଜନଗର------        ଭଂଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତ ରେ ଥିବା ପଇତା ଗାଁ ନିକଟରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୪ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ୩ଟି ଠେଙ୍ଗାକୁ ଜବତ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ବାଦିକ ସମିଳ୍ଲନୀରେ କହିଛନ୍ତି । ଏହି ଚାରି ଅଭିଯୁକ୍ତହତ୍ୟା କରିଥିବା ମୃତକ କାଳିଆ ଗୈାଡ ସୋମବାର ସକାଳୁ ସକାଳୁ , ଗାଁ ନିକଟ ରାସ୍ତା ରେ କାଳିଆ ଙ୍କ ମୃତଦେହ ପଡ଼ିଥିବା ନେଇ , ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ଭଂଜନଗର ପୋଲିସ ଓ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପହଞ୍ଚି ମୃତଦେହ କୁ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଅପରାହ୍ନ ରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିଲେ ।   ହତ୍ୟା ଅଭିଯୁକ୍ତ ସଂକ୍ରାନ୍ତରେ ସୁରାକ୍ ପାଇଥିଲା ପୋଲିସ୍ । ସଂପୃକ୍ତ ଅଭିଯୁକ୍ତ କୁହାଯାଉଥିବା ୪ଜଣକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ୍ । ତେବେ ଭଂଜନଗର ଏସଡିପିଓ ଙ୍କ କହିବାନୁଯାଇ ଅଭିଯୁକ୍ତ ୪ଜଣ ଠେଙ୍ଗାରେ ପିଟିପିଟି କାଳିଆ ଗୈାଡ କୁ ହତ୍ୟା କରିଥିବା ପୁଲିସ ଆଗରେ ଶୀକାର କରିଥିଲେ। ଯାହାକି ହତ୍ୟାକାଣ୍ଡ ରେ ବ୍ୟବହୃତ ଠେଙ୍ଗା କୁ ଜବତ ପରେ , ପୋଲିସ ଏକ ପ୍ରକାର ସ୍ପଷ୍ଟ ହୋଇଛି । ସଂପୃକ୍ତ ଅଭିଯୁକ୍ତ କୁ , ଗତ ତିନି ମାସ ପୂର୍ବରୁ , କୈାଣସି କାରଣ କୁ କେନ୍ଦ୍ରକରି  କାଳିଆ ଗୈାଡ ଛୁରୀରେ ଆକ୍ରମଣ କରିଥିଲା । ଏବଂ କାଳିଆ ଗୈାଡ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା । ଜେଲ୍ ରୁ ଆସିବା ପରେ ଛୁରୀ ଆକ୍ରମଣ ରେ ଆହତ ହୋଇଥିବା ସଂପୃକ୍ତ ଯୁବକ ଜଣକ ହିଁ ,ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ କହିଛନ୍ତି । ୪ଅଭିଯୁକ୍ତକୁ କୋର୍ଟ ଚାଳଣ କରାଯାଇଥିବା ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ବାଦିକ ସମିଳ୍ଲନୀରେ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨୮/୬/୨୦୨୧---୧୦,୦୦ Sakhigopal News,28/6/2021

Blog Archive

Popular Posts